Categories: ଫୁରସତ

ଅର୍ଦ୍ଧେନ୍ଦୁଙ୍କ ନୂଆ ଅବତାର

ଓଡ଼ିଆ ଚଳଚ୍ଚିତ୍ର ‘ଅ ଆ ହର୍ଷେଇ’ରୁ ସେ ଆରମ୍ଭ କରିଥିଲେ ନିଜର ଓଲିଉଡ୍‌ ଯାତ୍ରା। ତା’ପରେ ‘ଟପୋରି’, ସସ୍‌ପେନ୍ସ ଥ୍ରୀଲର ‘ବ୍ଲାକ୍‌ମେଲ୍‌’ ଏବଂ ରୋମାଣ୍ଟିକ୍‌ ଚିତ୍ର ‘ମୁଁ ପରଦେଶୀ ଚଢ଼େଇ’ରେ ସେ ପରଦା ଉପରକୁ ଆସିସାରିଛନ୍ତି। ହଁ, ସେ ହେଲେ ଏକାଧାରରେ ପ୍ରଯୋଜକ-କମ୍‌-ଆକ୍ଟର ଅର୍ଦ୍ଧେନ୍ଦୁ ସାହୁ। ଏଥର ଦଶହରାରେ ସେ ନୂଆ ଅବତାରରେ ଦଶର୍କଙ୍କ ସାମ୍‌ନାକୁ ଆସିବେ। ଫିଲ୍ମଟି ହେଲା ସାର୍ଥକ ଟିଭି ବ୍ୟାନରରେ ପ୍ରସ୍ତୁତ ‘ଷଷ୍ଠରୁ ନଷ୍ଟ’। କେବଳ ସେତିକି ନୁହେଁ, ଏହି ଫିଲ୍ମରେ ତାଙ୍କ ସହ ସ୍କ୍ରିନ୍‌ ଶେୟାର କରୁଛନ୍ତି ଚୁଲ୍‌ବୁଲି ତମନ୍ନା। ଏହି ଯୋଡ଼ିକୁ ଦର୍ଶକ ପୂର୍ବରୁ ‘ବ୍ଲାକ୍‌ମେଲ୍‌’ରେ ଦେଖିସାରିଛନ୍ତି। ତା’ସହ ଦୁହିଁଙ୍କୁ ନେଇ ଦୃଶ୍ୟାୟିତ ଉକ୍ତ ସିନେମାର ଗୀତ ‘ହାଏ ତୋ ପ୍ରେମର ରଙ୍ଗୋଲି’ ହିଟ୍‌ ହୋଇଥିଲା। ‘ଷଷ୍ଠରୁ ନଷ୍ଟ’ର ପ୍ରଯୋଜନା ସୂର୍ଯ୍ୟ ରଥ କରିଥିବା ବେଳେ ନିର୍ଦ୍ଦେଶକ ସାଜିଛନ୍ତି କେ. ମୁରଲୀକ୍ରିଷ୍ଣା। ସଂଯୋଜିତ ଗୀତଗୁଡ଼ିକୁ ସ୍ବର ଦେଇଛନ୍ତି ଗୁଡ୍‌ଲି ରଥ। ଏହି ଚଳଚ୍ଚିତ୍ରଟି ଚଳିତବର୍ଷ ଦଶହରାରେ ମୁକ୍ତିଲାଭ କରିବାର ଯୋଜନା ରହିଛି ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି।

Share