ଅର୍ପିତାଙ୍କ ପାଇଁ ଏଥର ଜନ୍ମଦିନ ପାଳନ କରିବେ ନାହିଁ ସଲମାନ!

ମୁମ୍ବାଇ: ବଲିଉଡ୍‌ ଭାଇଜାନ ସଲମାନ ଖାଁ ଆସନ୍ତା ୨୭ତାରିଖରେ ତାଙ୍କର ୫୪ ତମ ଜନ୍ମଦିନ ପାଳନ କରି ଥାଆନ୍ତେ। ସବୁଥର ସେ ତାଙ୍କ ଫାର୍ମ ହାଉସରେ ଖୁବ୍‌ ଧୁମ୍‌ଧାମରେ ନିଜର ଜନ୍ମଦିନ ପାଳନ କରିବା ସହ ଏହାର କିଛି ଫଟୋ ମଧ୍ୟ ସୋସିଆଲ ମିଡିଆରେ ଶେୟାର କରି ଥାଆନ୍ତି। ଏଥର କିନ୍ତୁ ସେ ତାଙ୍କ ଜନ୍ମଦିନ ନିଜ ଫାର୍ମ ହାଉସରେ ପାଳନ କରିବେ ନାହିଁ ବୋଲି ଜଣାପଡିଛି। ଏହା ପଛର କାରଣ ହେଉଛି ତାଙ୍କ ଭଉଣୀ ଅର୍ପିତା ଗର୍ଭବତୀ ଥିବାରୁ ଭାଇନାନ୍‌ ତାଙ୍କ ଜନ୍ମଦିନ ପାଳନ କରିବେ ନାହିଁ ବୋଲି କହିଛନ୍ତି। ଅସଲ କଥା ହେଲା ସେ କିଛି ସମୟ ତାଙ୍କ ଭଉଣୀଙ୍କ ସହ ସ୍ପେଣ୍ଡ କରିବାକୁ ଚାହୁଁଥିବାରୁ ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି। ଆହୁରି ମଧ୍ୟ ଶୁଣିବାକୁ ମିଳିଛି କି ୨୭ ତାରିଖରେ କୁଆଡେ ଅର୍ପିତା ସିଜରିଆନ୍‌ ସେକ୍ସନ କରି ତାଙ୍କର ଦ୍ୱିତୀୟ ସନ୍ତାନକୁ ଜନ୍କ ଦେବାକୁ ମନସ୍ଥ କରିଛନ୍ତି। ଏହାପରେ ଏକାଥରକେ ମାମୁ ଭଣଜା ଗୋଟିଏ ଦିନରେ ଜନ୍ମଦିନ ପାଳନ କରିବେ ବୋଲି ଭାବି ଅର୍ପିତା ଏପରି କରିଥିବା କୁହାଯାଉଛି। ହେଲେ ଏଥର ସୋହେଲ ଖାଁଙ୍କ ଘରେ ସଲମାନ କେତେଜଣ ନିକଟ ସମ୍ପର୍କୀୟଙ୍କ ସହ ତାଙ୍କ ଜନ୍ମଦିନ ପାଳନ କରିପାରନ୍ତି ବୋଲି ମଧ୍ୟ କୁହାଯାଉଛି।

Share