ଅର୍ମେନିଆରେ ଛୁଟି କଟାଉଛନ୍ତି ସୁସ୍ମିତା

ମୁମ୍ବାଇ: ଭାଇ ରାଜୀବ ସେନଙ୍କ ବିବାହ ଉତ୍ସବ ଶେଷ ହେବା ପରେ ଏବେ ଅର୍ମେନିଆରେ ଛୁଟି କଟାଉଛନ୍ତି ସୁସ୍ମିତା ସେନ। ତାଙ୍କ ସହିତ ଅଛନ୍ତି ପ୍ରେମିକ ରୋହମନ ଏବଂ ଦୁଇ ଝିଅ ଅଲିଶା ଏବଂ ରୈନୀ। ସୁସ୍ମିତା ଭ୍ରମଣ ସମୟରେ ଅନେକ ଫଟୋ ଏବଂ ଭିଡିଓ ନିଜର ଇନ୍‌ଷ୍ଟା ଆକାଉଣ୍ଟରେ ଶେୟାର କରିଛନ୍ତି। ଅର୍ମେନିଆର ଲୋକ ବହୁତ ହୃଦୟବାନ। ପ୍ରତି କ୍ଷଣ ଏକ ସୁନ୍ଦର ସ୍ବପ୍ନ ପରି ଲାଗୁଛି ବୋଲି ସୁସ୍ମିତା କହିଛନ୍ତି।

ଦୀର୍ଘ ଏକ ବର୍ଷ ଧରି ରୋହମନଙ୍କୁ ଡେଟ୍‌ କରୁଛନ୍ତି ସୁସ୍ମିତା। ରାଜୀବଙ୍କ ବିବାହ ପରେ ଏବେ ତାଙ୍କ ପାଳି। ତେଣୁ ସେ ଖୁବ୍‌ଶୀଘ୍ର ବିବାହ କରିବେ ବୋଲି ପ୍ରଶଂସକମାନେ ଅନୁମାନ କରୁଛନ୍ତି। ପାଳିତା କନ୍ୟାମାନେ ମଧ୍ୟ ରୋହମନଙ୍କୁ ବହୁତ ପସନ୍ଦ କରନ୍ତି। ଅନେକ ପାରିବାରିକ ଉତ୍ସବରେ ସେମାନଙ୍କୁ ଏକାଠି ସମୟ ବିତାଉଥିବା ଦେଖାଯାଇଛି।

Share