Categories: ଜାତୀୟ

ଅଲଓ୍ବର ପୀଡ଼ିତାଙ୍କୁ ରାଜସ୍ଥାନ ପୋଲିସରେ ମିଳିବ ନିଯୁକ୍ତି

ଜୟପୁର,୧୯।୫: ରାଜସ୍ଥାନ ଅଲଓ୍ବର ପୀଡ଼ିତାଙ୍କୁ ପୋଲିସରେ ନିଯୁକ୍ତି ମିିଳିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଉଛି। କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପୀଡ଼ିତାଙ୍କ ସହିତ ସାକ୍ଷାତ୍‌ କରି ଯିବା ପରେ ଏକ କନେଷ୍ଟବଳ ଦଳ ତାଙ୍କୁ ଭେଟିଥିଲେ। ପୀଡିତାଙ୍କ ଶିକ୍ଷାଗତ ଯୋଗ୍ୟତା ଆଧାରରେ ସେ ଜେଲ୍‌ ବିଭାଗ କିମ୍ବା ପୋଲିସ ବିଭାଗରେ ଜୟପୁର ସହରରେ ନିଯୁକ୍ତି ପାଇଁ ଅନୁରୋଧ କରିଥିଲେ। ଏହାକୁ ସରକାର ଗ୍ରହଣ କରି ନେଇଛନ୍ତି। ଖୁବ୍‌ ଶୀଘ୍ର ସେ ଚାକିରିରେ ଯୋଗଦେବେ ବୋଲି କୁହାଯାଉଛି।

Share