ଅଲଗା ହେବେ ସିଦ୍ଧାନ୍ତ-ମେଘା

ବମ୍ବେ: ଅଭିନେତା ସିଦ୍ଧାନ୍ତ କର୍ନିକ ସ୍ତ୍ରୀ ମେଘା ଗୁପ୍ତାଙ୍କଠାରୁ ଅଲଗା ହେବେ। ଗତବର୍ଷ ଏପ୍ରିଲରୁ ଉଭୟ ଅଲଗା ରହିଆସୁଥିଲେ। ଏବେ ସେମାନେ ଛାଡ଼ପତ୍ର ପାଇଁ ଅପିଲ କରିଥିବା ଜଣାପଡ଼ିଛି।

ନିକଟରେ ଏକ ସାକ୍ଷାତକାରରେ ମେଘାଙ୍କଠାରୁ ଅଲଗା ହେବା ସ୍ପଷ୍ଟ କରିଛନ୍ତି ସିଦ୍ଧାନ୍ତ। ସେ କହିଛନ୍ତି, ବିବାହ ସହଜ ନୁହେଁ। ଆମ ମାମଲାରେ ଉଭୟେ ଧୌର୍ଯ୍ୟ ହରାଇ ବସିଥିଲୁ। ପ୍ରତ୍ୟେକ ମଣିଷ ଜୀବନରେ ମାନସିକ ଶାନ୍ତି ଜରୁରୀ। ହେଲେ ବିବାହ ପରେ ଧିରେ ଧିରେ ସବୁ ଖରାପ ହେବାକୁ ଲାଗିଥିଲା। ଶେଷରେ ଉଭୟେ ଅଲଗା ରହିବାକୁ ନିଷ୍ପତ୍ତି ନେଇଥିଲୁ। ଗତବର୍ଷ ମାର୍ଚ୍ଚରୁ ଅଲଗା ରହିଆସୁଛୁ। ଏବେ ଲାଗୁଛି ଅଲଗା ହୋଇଯିବା ସମସ୍ତଙ୍କ ପାଇଁ ଭଲ ରହିବ। ଆମେ ଭଲ ଟ୍ରାଭେଲ୍‌ ପାର୍ଟନର। ବୁଲିବାକୁ ଉଭୟେ ଭଲପାଉ। ଅନେକ ସମୟ ଏପରି ଆମେ ବିତାଇଛୁ। ସେଗୁଡ଼ିକ ଭଲ ସ୍ମୃତି ଭଳି ରହିବ। ଛାଡ଼ପତ୍ର ନେବା ବହୁତ ଯନ୍ତ୍ରଣାଦାୟକ। ହେଲେ ଆମେ ଏହାକୁ ଭଲଭାବେ ନେବାକୁ ଇଚ୍ଛୁକ। ଶେଷରେ ସୁଖଦ ଭାବେ ବିବାହକୁ ଶେଷ କରିବାକୁ ଚାହୁଁଥିବା ସିଦ୍ଧାନ୍ତ କହିଛନ୍ତି।

Share