ଅଲଗା ହେଲା ପରିବା ବଜାର

ସମ୍ବଲପୁର, ୧।୪ (ବ୍ୟୁରୋ)-କରୋନା କଟକଣା ଓ ଲକଡାଉନ ଘୋଷଣା ପରେ ମଧ୍ୟ ସମ୍ବଲପୁର ବ୍ୟବସାୟିକ ପେଣ୍ଠସ୍ଥଳ ଗୋଲ ବଜାର ଭିଡ ଜମୁଥିଲା। ପ୍ରଶାସନ ଓ ପୋଲିସ ପକ୍ଷରୁ ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ ପ୍ରୟାସ କଲେ ମଧ୍ୟ ବିଫଳ ହେବାକୁ ପଡ଼ୁଥିଲା। ପ୍ରତିଦିନ ସକାଳେ ଲୋକଙ୍କ ଭିଡ ହେଉଥିଲା। ଏହାକୁ ନେଇ ବାରମ୍ବାର ସୋସିଆଲ ମିଡିଆ, ଗଣମାଧ୍ୟମ ଓ ବୁଦ୍ଧିଜୀବୀ ମହଳରେ ଅଭିଯୋଗ ହୋଇ ଆସୁଥିଲା। ଏପରିକି ମହାନଗର ନିଗମ ଓ ଜିଲା ପ୍ରଶାସନକୁ ସମାଲୋଚିତ ହେବାକୁ ପଡ଼ୁଥିଲା। ଶେଷରେ ପ୍ରଶାସନର ଚେତା ପଶିଛି। ଗୋଲବଜାରର ପରିବା ବଜାରକୁ ଭାଗ କରି ଦିଆଯାଇଛି । ବଜାରର ଗୋଟିଏ ପାର୍ଶ୍ୱରେ ୫ ମିଟର ବ୍ୟବଧାନରେ ପରିବା ବ୍ୟବସାୟୀଙ୍କୁ ବସା ଯାଇଛି। ଠିକ୍‌ ସେହିଭଳି ଆଉ କେତେକ ବ୍ୟବସାୟୀଙ୍କୁ ଟାଉନ ହଲକୁ ସ୍ଥାନାନ୍ତର କରାଯାଇଛି। ସକାଳ ୬ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ ଲୋକମାନେ ନିଜ ଆବଶ୍ୟକ ସାମଗ୍ରୀ କିଣି ପାରିବେ।

Share