Categories: ଖେଳ

ଅଲମ୍ପିକ୍‌ ଟେଷ୍ଟ ଇଭେଣ୍ଟ: ଶିବ ଥାପ୍ପା, ପୂଜାଙ୍କୁ ସ୍ବର୍ଣ୍ଣ

ଟୋକିଓ, ୩୧।୧୦ (ପି.ଟି.)- ଦୁଇ ଭାରତୀୟ ବକ୍ସର ଶିବ ଥାପ୍ପା ଓ ପୂଜାରାଣୀ ଏଠାରେ ଚାଲିଥିବା ଅଲିମ୍ପିକ ଟେଷ୍ଟ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଅନ୍ୟତମ ବକ୍ସର ଆଶିଷଙ୍କୁ କିନ୍ତୁ ରୌପ୍ୟରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ପୁରୁଷ ୬୩ କିଗ୍ରା ଫାଇନାଲରେ ଚାରିଥର ଏସିଆନ ପଦକ ବିଜେତା ଶିବ ୫-୦ରେ କାଜାଖସ୍ତାନର ଜାତୀୟ ଚାମ୍ପିୟନ ସନତାଲି ତୋଲତାୟେଭଙ୍କୁ ପରାସ୍ତ କରିଛନ୍ତି। ଥାପ୍ପା ମଧ୍ୟ ବର୍ତ୍ତମାନ ଜାତୀୟ ଚାମ୍ପିୟନ ରହିଥିବାବେଳେ ପୂର୍ବରୁ ବିଶ୍ୱ ଚାମ୍ପିୟନଶିପ୍‌ରେ ବ୍ରୋଞ୍ଜ ପଦକ ମଧ୍ୟ ଜିତି ସାରିଛନ୍ତି। ସେହିଭଳି ମହିଳା ୭୩ କିଗ୍ରା ବିଭାଗରେ ପୂଜା ଅଷ୍ଟ୍ରେଲିଆର କାଟଲିନ ପାର୍କରଙ୍କୁ ହରାଇ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ପୁରୁଷ ୬୯ କିଗ୍ରାରେ କିନ୍ତୁ ଆଶିଷ ନିରାଶ କରିଥିଲେ। ଫାଇନାଲରେ ସେ ଜାପାନର ସିଓ୍ବନ ଓକାଭାଓ୍ବାଙ୍କ ନିକଟରୁ ହାରି ରୌପ୍ୟ ପଦକ ପାଇଥିଲେ। ପୂର୍ବରୁ ଏହି ପ୍ରତିଯୋଗିତାରେ ନିଖାତ୍‌ ଜରିନ (୫୧ କିଗ୍ରା), ସିମରନଜିତ୍‌ କୌର (୬୦ କିଗ୍ରା), ସୁମିତ୍‌ ସାଙ୍ଗଓ୍ବାନ (୯୧ କିଗ୍ରା) ଓ ଭାଲିମ୍ପୁଇ (୭୫ କିଗ୍ରା) ସେମିଫାଇନାଲରେ ହାରି ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ରହିଥିଲେ।

Share