ଅଲାରନାଥ ପୀଠରେ ଅନବସର ଦର୍ଶନ ଆରମ୍ଭ

ବ୍ରହ୍ମଗିରି,୧୮।୬(ଡି.ଏନ୍‌.ଏ.): ପୁରୀ ଜିଲା ବ୍ରହ୍ମଗିରିସ୍ଥିତ ଅଲାରନାଥ ପୀଠରେ ମଙ୍ଗଳବାରଠାରୁ ଅନବସର ଦର୍ଶନ ଆରମ୍ଭ ହୋଇଯାଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥ ୧୦୮ କଳସରେ ମହାସ୍ନାନ କରିବାପରେ ଅଣସର ପିଣ୍ଡିରେ ଗୁପ୍ତସେବା ପାଇବା ସମୟରେ ଭକ୍ତମାନେ ବ୍ରହ୍ମଗିରିରେ ଅଲାରନାଥଙ୍କୁ ଦର୍ଶନ କରିଥାନ୍ତି । ଭୋର ୪ଟାରୁ ଦ୍ବାର ଫିଟାଯିବା ପରେ ମନ୍ଦିରର ସମସ୍ତ ନୀତିକାନ୍ତି ସରିବା ପରେ ଶ୍ରୀଜୀଉ ସର୍ବସାଧାରଣଙ୍କୁ ଦର୍ଶନ ଦେଇଛନ୍ତି । ପ୍ରଥମ ଦିନରେ ମନ୍ଦିରରେ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି।

Share