ଅଲାରନାଥ ମନ୍ଦିରରେ ଦର୍ଶନ ବନ୍ଦ

ବ୍ରହ୍ମଗିରି,୨୧ା୩(ଡି.ଏନ.ଏ) : କରୋନା ଭୂତାଣୁ ସଂକ୍ରମଣରୁ ରୋକିବା ପାଇଁ ସମସ୍ତଙ୍କୁ ସଚେତନତା କରାଇବା ସହ ବ୍ରହ୍ମଗିରିରେ ଥିବା ମହାପ୍ରଭୁ ଅଲାରନାଥ ମନ୍ଦିରରେ ଦର୍ଶନ ପାଇଁ କଟକଣା ଲଗାଯାଇଛି। ଏ ନେଇ ଶୁକ୍ରବାର ପ୍ରଶାସନ ତରଫରୁ ମନ୍ଦିରରେ ଦର୍ଶନ ବନ୍ଦ କରି ଦିଆଯାଇଛି। ଫଳରେ ଅନେକ ଦର୍ଶନାର୍ଥୀ ଆସି ବାହାରୁ ଦର୍ଶନ କରି ଫେରିଥିବାର ଦେଖିବାକୁ ମିଳିଛି। ପର୍ଯ୍ୟଟନ କ୍ଷେତ୍ରରେ ବ୍ରହ୍ମଗିରି ଅଲାରନାଥ ମନ୍ଦିର ଏକ ପ୍ରମୁଖ ସ୍ଥାନ। କରୋନା ପାଇଁ ସାମଜିକ ଦୂରତା ରକ୍ଷା କରିବା ପାଇଁ ଏହି ମନ୍ଦିରରେ ବ୍ରହ୍ମଗିରି ତହସିଲଦାର କିଶୋର କୁମାର ପଣ୍ଡା ଓ ବ୍ରହ୍ମଗିରି ପୋଲିସ ଉପସ୍ଥିତିରେ ବନ୍ଦ କରାଯାଇଛି। କେବଳ ସେବାୟତମାନେ ମନ୍ଦିର ମଧ୍ୟରେ ନୀତିକାନ୍ତି ସାରି ମନ୍ଦିର ବନ୍ଦ ରଖିବା ପାଇଁ ପ୍ରଶାସନ ତରଫରୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ବ୍ରହ୍ମଗିରି ଅଞ୍ଚଳରେ ଥିବା ବିଭିନ୍ନ ପ୍ରମୁଖ ଦେବାଳୟକୁ ମଧ୍ୟ ବନ୍ଦ କରାଯାଇଛି।

Share