Categories: ଖେଳ

ଅଲିମ୍ପିକ୍ସରୁ ଭାରତକୁ ୬ ପଦକ ସମ୍ଭାବନା

ଭୁବନେଶ୍ୱର, ୧୭।୨(କ୍ରୀଡ଼ା ପ୍ରତିନିଧି)- ଟୋକିଓରେ ହେବାକୁଥିବା ଅଲିମ୍ପିକ୍ସରେ ଭାରତକୁ ଅତିକମ୍‌ରେ ୬ ପଦକ ମିଳିବା ସମ୍ଭାବନା ରହିଛି ବୋଲି ଓଡ଼ିଶାର କ୍ରୀଡ଼ା ସମୀକ୍ଷକମାନେ ମତପ୍ରକାଶ କରିଛନ୍ତି। ସ୍ଥାନୀୟ ଓଡ଼ିଶୀ ଗବେଷଣା କେନ୍ଦ୍ର ପ୍ରେକ୍ଷାଳୟରେ ‘ଓଡ଼ିଶା ଓ ଅଲିମ୍ପିକ୍ସ’ ଶୀର୍ଷକ ଆଲୋଚନାଚକ୍ରରେ ଭାଗନେଇ ପୂର୍ବତନ କ୍ରୀଡ଼ା ପ୍ରଶାସକ ଅଶୋକ ମହାନ୍ତି, କ୍ରୀଡ଼ା ସମୀକ୍ଷକ ସମ୍ବିତ ମହାପାତ୍ର, ଓଡ଼ିଶାର ପ୍ରଥମ ମହିଳା ଫୁଟବଲ ଅଧିନାୟିକା ଗୀତାଞ୍ଜଳି ସାମନ୍ତରାୟ ଓ ଗ୍ଲୋବାଲ ଫିଜିଓଥେରାପି ସେଲ୍‌ର ମୁଖ୍ୟ ମୁକ୍ତି ପ୍ରଶାଦ ଦାଶ ଭାଗନେଇ ଭାରତୀୟ କ୍ରୀଡ଼ାର ବିଭିନ୍ନ ଦୃଶ୍ୟପଟ ଉପରେ ଆଲୋଚନା କରିଥିଲେ। ୧୯୮୬ରୁ କ୍ରୀଡ଼ା ଛାତ୍ରାବାସ ହେବାପରଠାରୁ ବହୁ ଖେଳରେ ଓଡ଼ିଆ ଖେଳାଳି ସୃଷ୍ଟି ହୋଇଛନ୍ତି ବୋଲି ମତପ୍ରକାଶ ପାଇଥିଲା। ବିଭିନ୍ନ କ୍ରୀଡ଼ାର ଭିତ୍ତିଭୂମୀ ପାଇଁ ଓଡ଼ିଶା ସରକାର ଅଧିକ ଧ୍ୟାନଦେବାକୁ ଗୀତାଞ୍ଜଳି ପ୍ରକାଶ କରିଥିଲେ।

Share