Categories: ଖେଳ

ଅଲିମ୍ପିକ୍ସରେ ମୁସଲମାନ ଖେଳାଳିଙ୍କ ପାଇଁ ମୋବାଇଲ ମସଜିଦ୍‌

ଟୋକିଓ:ଏଥର ଟୋକିଓ ଅଲିମ୍ପିକ୍ସରେ ମୁସଲମାନ ଖେଳାଳିଙ୍କ ପାଇଁ ନମାଜ ପଢିବାକୁ ମୋବାଇଲ ମସଜିଦ ବ୍ୟବସ୍ଥା କରାଯାଉଛି। ଏହି ମସଜିଦ ଷ୍ଟାଡିୟମ ବାହାରେ ରଖାଯିବ। ସେଥିରେ ହାତ ଧୋଇବା ବସିବା ଲାଗି ମ୍ୟାଟ ବ୍ୟବସ୍ଥା ବି କରାଯାଇଛି। ଏହାକୁ ଟୋକିଓ ସ୍ପୋର୍ଷ୍ଟ ଆଣ୍ଡ୍‌ କଲଚର ଇଭେଣ୍ଟ କମ୍ପାନୀ ନିର୍ମାଣ କରିଛି। କମ୍ପାନୀ ଏକ ବଡ ଟ୍ରକରେ ଏହାକୁ କରିଛି। ଯେଉଁଠି ଏହି ମସଜିଦ ରଖାଯିବ ଏହାର ପଛପାଖ ରିମୋଟ ଦ୍ୱାରା ଉଠିଯିବ। ଏହାପରେ ଏକ ଶିିଡି ବି ବାହାରକୁ ବାହାରିଆସିବା ପରେ ପଛ ଗେଟ୍‌ ବି ଖୋଲିଯିବ। ଶିଡିରେ ଉପରକୁ ଯିବାର ସୁବିଧା ରହିଛି। ଏହି ମୋବାଇଲ ମସ୍‌ଜିଦ ଭିତରେ ୫୦୦ ବର୍ଗଫୁଟ ଜାଗା ରହିଛି, ଯେଉଁଠି ୫୦ ଜଣ ଏକାଠି ନମାଜ ପଢିପାରିବେ। ଟୋକିଓରେ ମାତ୍ର ୪ଟି ମସଜିଦ ଥିବାରୁ ନିତିଦିନ ନମାଜ ପାଇଁ ଲୋକମାନେ ଅସୁବିଧାର ସମ୍ମୁଖୀନ ହୁଅନ୍ତି। ଏଣୁ ଖେଳାଳିମାନଙ୍କର ନମାଜ ପଢିବାରେ ଯେମିତି ବାଧା ନଆସିବ ସେଥିପାଇଁ ଏଭଳି ମୋବାଇଲ ମସଜିଦ ନିର୍ମାଣ କରାଯାଇଛି। ୨୦୧୬ରେ ମୋବାଇଲ ମସଜିଦ ଇଣ୍ଡୋନେସିଆରେ ପ୍ରଥମେ ଦେଖିବାକୁ ମିଳିଥିଲା।