Categories: ଖେଳ

ଅଲିମ୍ପିକ୍ସ ସ୍ଥଗିତଜନିତ ବ୍ୟୟଭାରକୁ ନେଇ ଦ୍ୱନ୍ଦ୍ୱ

ଟୋକିଓ, ୨୨|୪ (ଏପି): କରୋନା ସଂକ୍ରମଣ ଆଶଙ୍କାରେ ଟୋକିଓ ଅଲିମ୍ପିକ୍ସକୁ ସ୍ଥଗିତ ରଖାଯାଇଛି। ଗେମ୍ସକୁ ବର୍ଷେ ଘୁଞ୍ଚାଇ ଦିଆଯିବା ଦ୍ୱାରା ଏବାବଦ ବ୍ୟୟଭାର କିଏ ବହନ କରିବ ସେ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ଅଲିମ୍ପିକ୍ସ ସ୍ଥଗିତ ହେବା ବାବଦ ଅଧିକାଂଶ ଖର୍ଚ୍ଚ ବହନ କରିବାକୁ ଜାପାନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେ ରାଜିଥିବା ସୁଇଜରଲାଣ୍ଡରେ ଅବସ୍ଥିତ ଅନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି) ଓ୍ବେସାଇଟ୍‌ରେ ପ୍ରକାଶ କରିଛି। ଟୋକିଓ ମୁଖପାତ୍ର ମାସା ଟାକାୟା କିନ୍ତୁ ଏହାକୁ ଅସ୍ବୀକାର କରି ଏହି ଟିପ୍ପଣୀ ପ୍ରତ୍ୟାହାର କରିନେବା ଲାଗି ଆଇଓସିକୁ କହିଛନ୍ତି। ଜାପାନ ଗଣମାଧ୍ୟମ ରିପୋର୍ଟ ଅନୁସାରେ କରୋନା ଭାଇରସ୍‌ ମହାମାରୀ ଯୋଗୁ ଅଲିମ୍ପିକ୍ସ ବର୍ଷେ ବିଳମ୍ବ କରାଯିବା ଦ୍ୱାରା ଅତିରିକ୍ତ ୨ରୁ ୬ ବିଲିୟନ ଡଲାର ବ୍ୟୟ ହେବ। ହେଲେ ଉଭୟ ପକ୍ଷ ଏପର୍ଯ୍ୟନ୍ତ ଏନେଇ ସେମାନଙ୍କ ଆକଳନ ପ୍ରକାଶ କରିନାହାନ୍ତି।

Share