Categories: ଖେଳ

ଅଲିମ୍ପିକ୍‌ ଚାମ୍ପିୟନ ଚାଇନିଜ ଭଲିବଲ ଖେଳାଳି ବାସନ୍ଦ

ଶାଙ୍ଘାଇ,୧୪।୮(ଏଏଫ୍‌ପି): ଚାଇନିଜ ଅଲିମ୍ପିକ୍‌ ଚାମ୍ପିୟନ ଭଲିବଲ ଦଳର ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ଡୋପ ଟେଷ୍ଟରେ ବିଫଳ ହେବା କାରଣରୁ ୪ ବର୍ଷ ଲାଗି ବାସନ୍ଦ ହୋଇଛନ୍ତି। ଫଳରେ ୟାଙ୍ଗ ଫାଙ୍ଗଜୁ ଆଉ ଚାଇନିଜ ମହିଳା ଦଳକୁ ଅଲିମ୍ପିକ୍ସ ଟାଇଟଲ ଟୋକିଓରେ ବଜାୟ ରଖିବାରେ ସହାୟତା କରିପାରିବେ ନାହିଁ। ୪ ବର୍ଷ ବାସନ୍ଦାଦେଶ ଯୋଗୁ ତାଙ୍କ କ୍ୟାରିୟରର ପ୍ରାୟ ଶେଷ ହୋଇସାରିଛି। ଗତବର୍ଷ ପ୍ରତିଯୋଗିତା ପରେ ତାଙ୍କର ଡୋପ ନମୁନା ନିଆଯାଇଥିଲା। ତାଙ୍କ ନମୁନାରେ ନିଷିଦ୍ଧ ଔଷଧ ଇପିଓ ମିଳିଥିଲା ବୋଲି ଚାଇନିଜ ନାଡା ପକ୍ଷରୁ କୁହାଯାଇଛି। ୟାଙ୍ଗ ସର୍ବିଆ ବିପକ୍ଷ ରିଓ ଅଲିମ୍ପିକ୍ସ ଫାଇନାଲରେ ୩ ପଏଣ୍ଟ ସ୍କୋର କରିଥିଲେ। ସେ ୨୦୨୨ ପର୍ଯ୍ୟନ୍ତ କୌଣସି ସ୍ତରରେ ଭଲିବଲ ଖେଳିପାରିବେ ନାହିଁ। ଆଇସି ହକି ଖେଳାଳି ଲି ଜିଆଜିନ ଓ ଆଥ୍‌ଲେଟ୍‌ ସୁ ଗୁଆନଝୋଙ୍ଗଙ୍କୁ ମଧ୍ୟ ବାସନ୍ଦ କରାଯାଇଥିତ୍ବା ଚିନାଡା ପକ୍ଷରୁ ଆହୁରି କୁହାଯାଇଛି।

Share