Categories: ଖେଳ

ଅଲିମ୍ପିକ୍‌ ଟେଷ୍ଟ ଇଭେଣ୍ଟ ହକି : ମହିଳା ବିଭାଗ ମ୍ୟାଚ ଡ୍ର

ଟୋକିଓ, ୨୧।୮(ପି.ଟି.)-ଟୋକିଓଠାରେ ଚାଲିଥିବା ଅଲିମ୍ପିକ୍‌ ଟେଷ୍ଟ ଇଭେଣ୍ଟ ହକିର ଭାରତ-ଚାଇନା ମହିଳା ବିଭାଗ ମ୍ୟାଚ ଡ୍ର ରହିଛି। ଗୋଲକିପର ସବିତାଙ୍କ ଆକର୍ଷଣୀୟ ପ୍ରଦର୍ଶନ ଯୋଗୁ ଭାରତ ମ୍ୟାଚକୁ ଗୋଲଶୂନ୍ୟ ଡ୍ର ରଖିବାକୁ ସକ୍ଷମ ହୋଇଥିଲା। ଗତ ରବିବାର ବିଶ୍ୱର ୨ ନମ୍ବର ଦଳ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚକୁ ୨-୨ରେ ଡ୍ର ରଖିଥିବା ଭାରତ ଏହି ଫଳାଫଳ ସହ ପ୍ରତିଯୋଗିତାର ଫାଇନାଲରେ ପ୍ରବେଶ କରିଛି। ଟାଇଟଲ ପର୍ଯ୍ୟାୟରେ ପହଞ୍ଚତ୍ବା ପାଇଁ ଚାଇନା ଏହି ମ୍ୟାଚ ଜିତିବା ଜରୁରୀ ଥିଲା। ମାତ୍ର ଭାରତୀୟ ଡିଫେନ୍ସ ବିଭାଗ ତାହା ହେବାକୁ ଦେଇ ନ ଥିଲା। ୩ ମ୍ୟାଚରୁ ୫ ପଏଣ୍ଟ ପାଇ ଭାରତୀୟ ଦଳ ଟେବୁଲର ଶୀର୍ଷସ୍ଥାନ ଅଧିକାର କରିଛି। ବୁଧବାର ଫାଇନାଲରେ ଭାରତ ଆୟୋଜକ ଜାପାନକୁ ଭେଟିବ। ପ୍ରତି ଦଳ ୩ଟି ଲେଖାଏ ମ୍ୟାଚ ଖେଳି ସାରିଥିବାବେଳେ ଭାରତ ୫, ଜାପାନ ୪, ଚାଇନା ୪ ଓ ଅଷ୍ଟ୍ରେଲିଆ ୨ ପଏଣ୍ଟ ପାଇଛନ୍ତି।

Share