Categories: ଖେଳ

ଅଲିମ୍ପିକ୍‌ ମଶାଲ ରିଲେ ସ୍ଥଗିତ ରହିଲା

ଟୋକିଓ, ୨୫।୩ (ଏଏଫ୍‌ପି)- ଟୋକିଓରେ ଆୟୋଜନ ହେବାକୁ ଥିବା ଅଲିମ୍ପିକ୍ସର ୩୨ତମ ସଂସ୍କରଣକୁ ଘୁଞ୍ଚାଇ ଦିଆଯାଇଥିବା ବେଳେ ଏହାର ମାଶାଲ ରିଲେକୁ ମଧ୍ୟ ସ୍ଥଗତି ରଖାଯାଇଛି। ଗୁରୁବାରଠାରୁ ଉତ୍ତରପୂର୍ବ ଜାପାନର ଫୁକୁଶିମାରେ ମଶାଲ ରିଲେ ଆରମ୍ଭ ହେବାର କାର୍ଯ୍ୟକ୍ରମ ଥିଲା। ଆସନ୍ତା ୨୬ ତାରିଖରେ ଆରମ୍ଭ ହେବାକୁ ଥିବା ମଶାଲ ରିଲେ ଆରମ୍ଭ ହେବ ନାହିଁ ବୋଲି ଟୋକିଓ ୨୦୨୦ ଅଧ୍ୟକ୍ଷ ୟୋଶିରୋ ମୋରି କହିଛନ୍ତି। ଏବେ ଅଲିମ୍ପିକ ଜ୍ୟୋତି ଫୁକୁଶିମାରେ ହିଁ ରହିବ। ତେବେ ଏହା ଫୁକୁଶିମାରେ କେତେ ଦିନ ରହିବ ସେ ନେଇ ସେ କିଛି ସ୍ପଷ୍ଟ କରିନାହାନ୍ତି। ଉଲ୍ଲେଖଥାଉ କି, ୨୦୧୧ ଭୟଙ୍କର ଭୂମିକମ୍ପ ଅସିଥିଲା। ଏହାଫଳରେ ସୁନାମି ଓ ପରମାଣୁ ଦୁର୍ଘଟଣା କାରଣରୁ ଫୁକୁଶିମା ସହର ସମ୍ପୂର୍ଣ୍ଣ ରୂପେ ଧ୍ୱଂସ ପାଇଥିଲା।

Share