ଅଲେଖ ଧର୍ମାବଲମ୍ବୀଙ୍କ ପଣାଟେକା ଉତ୍ସବ

କୋଷ୍ଠା, ୯ା୩(ଡି.ଏନ.ଏ.)-ମୟୂରଭଞ୍ଜ ଜିଲା ଶୂଳିଆପଦା ବ୍ଲକର ବିଭିନ୍ନ ଗ୍ରାମରେ ଦୀର୍ଘବର୍ଷ ଧରି ବସବାସ କରିଆସୁଥିବା ମହିମା ଅଲେଖ ଧର୍ମାବଲମ୍ବୀମାନେ ପିତୃପୁରୁଷଙ୍କ ସମ୍ମାନାର୍ଥେ ପ୍ରତିବର୍ଷ ଫାଲଗୁନ ପୂର୍ଣ୍ଣିମା ଅବସରରେ ପଣାଟେକା ଉତ୍ସବ ପାଳନ କରି ଆସୁଛନ୍ତି ା ମହିମା ଅଲେଖ ଧର୍ମାବଲମ୍ବୀ ପ୍ରଶ୍ନ ଦତ୍ତଙ୍କ ପୁତ୍ର ସୁଧାଂଶୁ କୁମାର ଦତ୍ତ, ପୂର୍ଣ୍ଣଚନ୍ଦ୍ର ସାତୁଆଙ୍କ ପୁତ୍ର ପ୍ରଦୀପ ସାତୁଆ ପ୍ରମୁଖଙ୍କ ନେତୃତ୍ୱରେ ଏହି ଉତ୍ସବ ପାଳନ ହୋଇଆସୁଛି ା ଆଖପାଖ ଗ୍ରାମର ଅଲେଖ ଭକ୍ତ, ଯୋରନ୍ଦା ବା ଅନ୍ୟସ୍ଥାନରୁ ପୁରୁଖା ମହିମା ଧର୍ମାବଲମ୍ବୀ ଆସି ଏହି ମେଳାକୁ ଆରମ୍ଭ କରିଥାନ୍ତି। ପବିତ୍ର ଅଖଣ୍ଡ ଧ୍ୱନି ଜାଳି ଘୃତଦୀପ ପ୍ରଜ୍ୱଳନ ସହିତ ଗ୍ରାମର ତଥା ଏ ପୃଥିବୀର ମଙ୍ଗଳ ପାଇଁ ଅଲେଖ ମହିମାଙ୍କୁ ପ୍ରାର୍ଥନା ସହିତ ଖଞ୍ଜଣି ଭଜନ କୀର୍ତ୍ତନ କରି ସଂଖ୍ୟାଧିକ ଭକ୍ତ ସାରାରାତି ବିତାଇବା ପରେ ଅମାଣିଆ ଉଠାଇଥାନ୍ତି ା ଅମାଣିଆ ଉଠାଇବା ପରେ ଅମାଣିଆ ଭୋଗକୁ ଗ୍ରାମର ପ୍ରତି ଘରେ ଘରେ ବଣ୍ଟନ କରିଥାନ୍ତି ା ପ୍ରାଚୀନ ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ବିବେଚନା କରାଯାଏ।

Share