Categories: ଖେଳ

ଅଲୋଡ଼ା କ୍ଲବରେ ରୋହିତ

ଭାଇଜାଗ,୮।୧୦(ପି.ଟି.): ନିକଟରେ ଶେଷ ହୋଇଥିବା ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟରେ ଭାରତୀୟ ଓପନର ରୋହିତ ଶର୍ମା ଉଭୟ ଇନିଂସରେ ଓପନର ଭାବେ ଶତକ ଲଗାଇ ବିଶ୍ୱ ରେକର୍ଡର ଅଧିକାରୀ ହୋଇଛନ୍ତି। କିନ୍ତୁ ଏହି ମ୍ୟାଚ୍‌ରେ ସେ ଏକ ଅଲୋଡ଼ା ତାଲିକାରେ ସ୍ଥାନ ପାଇଛନ୍ତି, ଯାହା ତାଙ୍କ ସଫଳତା ଯୋଗୁ ଜଣାପଡ଼ି ନ ଥିଲା। ସେ ଉଭୟ ଇନିଂସରେ ଷ୍ଟମ୍ପିଂ ହୋଇଥିଲେ। ଦୁଇ ଥର କେଶବ ମହାରାଜଙ୍କ ବଲରେ ରୋହିତଙ୍କୁ ଉଇକେଟକିପର କ୍ୱିଣ୍ଟିନ ଡିକକ୍‌ ଷ୍ଟମ୍ପ ଆଉଟ୍‌ କରିଥିଲେ। ଟେଷ୍ଟ କ୍ରିକେଟ ଇତିହାସରେ ୨୨ତମ ଥର ପାଇଁ ଏଭଳି ଘଟିଛି। ପୂର୍ବତନ ଇଂଲଣ୍ଡ କ୍ରିକେଟର ଓ୍ବାଲି ହାମଣ୍ଡ ଅନ୍ତିମ ବ୍ୟାଟ୍ସମ୍ୟାନ ଭାବେ ୧୯୩୯ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟର ଉଭୟ ଇନିଂସରେ ସମାନ ବୋଲର ଦ୍ୱାରା ଦୁଇ ଥର ଷ୍ଟମ୍ପ ଆଉଟ୍‌ ହୋଇଥିଲେ। ଏଣୁ ୮୦ ବର୍ଷ ପରେ ରୋହିତ ଏହି କ୍ଲବରେ ସାମିଲ ହୋଇଛନ୍ତି।

Share