Categories: ଖେଳ

ଅଲୋଡ଼ା ତାଲିକାରେ ଓ୍ବାର୍ନର

ମାଞ୍ଚେଷ୍ଟର,୫।୯: ଚଳିତ ଆଶେସ ସିରିଜ୍‌ରେ ଅଷ୍ଟ୍ରେଲିଆନ ଓପନର ଡେଭିଡ ଓ୍ବାର୍ନରଙ୍କ ଖରାପ ଫର୍ମ ଜାରି ରହିଛି। ସେ ଏଠାରେ ଖେଳାଯାଉଥିବା ଚତୁର୍ଥ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଇନିଂସରେ ଖାତା ଖୋଲିବା ପୂର୍ବରୁ ଆଉଟ୍‌ ହୋଇଛନ୍ତି। ଷ୍ଟୁଆର୍ଟ ବ୍ରଡଙ୍କ ଅଫ୍‌ ଷ୍ଟମ୍ପ ବାହାର ବଲକୁ ମାରିବାକୁ ଯାଇ ଉଇକେଟକିପର ଜନ୍ନି ବେଆରଷ୍ଟୋଙ୍କୁ କ୍ୟାଚ୍‌ ଦେଇଥିଲେ। ଏଥିସହିତ ଓ୍ବାର୍ନର ୩୪ ବର୍ଷରେ ପ୍ରଥମ ଅଷ୍ଟ୍ରେଲିଆନ ବ୍ୟାଟ୍ସମ୍ୟାନ ଭାବେ ଗୋଟିଏ ସିରିଜ୍‌ରେ ୬ ଥର ଏକ ସଂଖ୍ୟା ବିଶିଷ୍ଟ ସ୍କୋରରେ ଆଉଟ୍‌ ହୋଇଥିବା ଅଲୋଡ଼ା ତାଲିକାରେ ସ୍ଥାନ ପାଇଛନ୍ତି। ଓ୍ବାର୍ନର ପ୍ରଥମ ଟେଷ୍ଟରେ ୨ ଓ ୮ (ବର୍ମିଂହାମ), ଦ୍ୱିତୀୟରେ ୩ ଓ ୫ (ଲଡର୍‌ସ), ତୃତୀୟରେ ୬୧ ଓ ୦ (ଲିଡ୍ସ) ଓ ଚତୁର୍ଥରେ ୦ (ମାଞ୍ଚେଷ୍ଟର) ରନ୍‌ କରିଛନ୍ତି। ତାଙ୍କ ପୂର୍ବରୁ ବିରାଟ କୋହଲି ଅନ୍ତିମ ବ୍ୟାଟ୍ସମ୍ୟାନ ଭାବେ ଏହି ଅଲୋଡ଼ା ତାଲିକାରେ ସ୍ଥାନ ପାଇଥିଲେ। ୨୦୧୧ ଇଂଲଣ୍ଡ ଗସ୍ତରେ ୫ ମ୍ୟାଚ୍‌ ଟେଷ୍ଟ ସିରିଜ୍‌ରେ କୋହଲି ୬ଟି ଇନିଂସରେ ଦୁଇ ଅଙ୍କ ସ୍କୋର ଛୁଇଁ ପାରି ନ ଥିଲେ। କୋହଲି ଉକ୍ତ ଗସ୍ତରେ ୧ ଓ ୮ (ବର୍ମିଂହାମ), ୧୫ ଓ ୦ (ଲଡର୍‌ସ), ୩୯ ଓ ୨୮ (ସାଉଥାମ୍ପଟନ ), ୦ ଓ ୭ (ମାଞ୍ଚେଷ୍ଟର) ଓ ୬ ଓ ୨୦ (ଓଭାଲ) ରନ୍‌ର ଇନିଂସ ଖେଳିଥିଲେ।

Share