Categories: ଜାତୀୟ

ଅଲ୍‌ଓ୍ବର କୋର୍ଟରେ ପୋଲିସ- ଓକିଲ ସଂଘର୍ଷ

ଜୟପୁର, ୭ା୧୧,(ଆଇଏଏନ୍‌ଏସ୍‌): ଦିଲ୍ଲୀ ପରେ ରାଜସ୍ଥାନର ଅଲ୍‌ଓ୍ବର କୋର୍ଟ ପରିସରରେ ବୁଧବାର ସକାଳେ ପୋଲିସ- ଓକିଲଙ୍କ ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇଛି। ଓକିଲମାନେ ଜଣେ ମହିଳା ପୋଲିସକୁ ଖରାପ ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ବରିଷ୍ଠ ପୋଲିସ ଅଧିକାରୀ ଓ ବିଚାରପତି ସେଠାରେ ପହଞ୍ଚିବା ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା।
ପ୍ରକାଶ ଯେ, ଦିଲ୍ଲୀ ଘଟଣାକୁ ନେଇ ଓକିଲମାନେ ଅଲଓ୍ବର କୋର୍ଟ ପରିସରରେ ବିକ୍ଷୋଭ କରୁଥିବାବେଳେ ଜଣେ ହରିୟାଣା ପୋଲିସ ସେଠାକୁ ଆସିବାରୁ ଓକିଲମାନେ ତାଙ୍କୁ ଗାଳିଗୁଲଜ କରିଥିଲେ। ପରେ ଏହା ଗଣ୍ଡଗୋଳର ରୂପ ଦେଇଥିଲା। ପୋଲିସ ଓ ଓକିଲଙ୍କ ମଧ୍ୟରେ ଏହି ଘଟଣାକୁ ନେଇ ମାର୍‌ପିଟ୍‌ ହୋଇଥିବାବେଳେ ଏସ୍‌ପି ଅନିଲ ପରିସ୍‌ ଦେଶମୁଖ ଓ ବିଚାରପତି ସେଠାରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲେ।

Share