Categories: ବାଣିଜ୍ୟ

ଅଲ୍‌ଟୋ ଭାରତରେ ସର୍ବାଧିକ ବିକ୍ରି ହେଉଥିବା କାର

ଭୁବନେଶ୍ୱର,୨୫।୬: ମାରୁତି ସୁଜୁକି ଅଲ୍‌ଟୋ କ୍ରମାଗତ ଭାବେ ୧୬ ବର୍ଷ ଧରି ଭାରତର ସର୍ବାଧିକ ବିକ୍ରି ହେଉଥିବା କାରର ମାନ୍ୟତା ହାସଲ କରିଛି। କମ୍ପାନୀର ଏହି ମଡେଲ ଗ୍ରାହକଙ୍କ ପାଇଁ ପ୍ରଥମ ପସନ୍ଦର କାର ଭାବେ ନିଜର ସ୍ଥାନ ବଜାୟ ରଖିଛି। ଉକ୍ତ ଗାଡିରେ ଅପଡେଟେଡ ସୁରକ୍ଷା ଫିଚର ସହିତ କମ୍ପାକ୍ଟ ଡିଜାଇନ ଓ ସହଜ ପରିଚାଳନା ଏବଂ ଉଚ୍ଚ ଇନ୍ଧନ ଦକ୍ଷତା ରହିଛି। ଫଳରେ ଏହା କ୍ରେତାଙ୍କର ସର୍ବାଧିକ ପସନ୍ଦ ଓ ବିକଳ୍ପରେ ପରିଣତ ହୋଇଛି। ସେପ୍ଟେମ୍ବର ୨୦୦୦ମସିହାରେ ବଜାରକୁ ଆସିଥିବା ଏହି ମଡେଲ ୨୦୦୪ରେ ଭାରତ ବଜାରରେ ସର୍ବାଧିକ ବିକ୍ରି ହେଉଥିବା କାରରେ ପରିଣତ ହୋଇଥିଲା। ଗାଡିର ଚାହିଦା ଓ କମ୍ପାନୀର ଲୋକପ୍ରିୟତା ଯୋଗୁଁ ଗତ ୧୬ ବର୍ଷ ହେବ ଏହାର ଚାହିଦା କ୍ରମାଗତ ବୃଦ୍ଧି ପାଇ ଚାଲିଛି। ଅଲ୍‌ଟୋ ହେଉଛି ଭାରତର ପ୍ରଥମ ପ୍ରବେଶ ସ୍ତରର କାର। ଯାହାକି ବିଏସ୍‌୬ ଅନୁକୂଳ ହୋଇପାରିଥିଲା। ମଡେଲଟି ପେଟ୍ରୋଲ ପାଇଁ ୨୨.୦୫ କିମି ପ୍ରତି ଲିଟର ଏବଂ ସିଏନଜି ପାଇଁ ୩୧.୫୬ କିମି ପ୍ରତି କେଜିର ଦକ୍ଷତା ପ୍ରଦାନ କରୁଥିବା ବୋଲି ମାରୁତି ସୁଜୁକୀ ଇଣ୍ଡିଆ ଲିମିଟେଡର ମାର୍କେଟିଂ କାର୍ଯ୍ୟନିର୍ବାନିର୍ବାହି ନିର୍ଦ୍ଦେଶକ ଶଶାଙ୍କ ଶ୍ରୀବାସ୍ତବ ସୂଚନା ଦେଇଛନ୍ତି।

Share