Categories: ଜାତୀୟ

ଅଲ୍‌ ଆଉଟ୍‌ ମିଶନ୍‌ରେ ସେନା: ଭୁଶୁଡ଼ିବାରେ ଲାଗିଛି ଆତଙ୍କବାଦୀ ଦୁର୍ଗ; ଭାରତୀୟ ଅଲ୍‌ କାଇଦା ମୁଖ୍ୟ ଲଲହାରି ନିହତ

ଶ୍ରୀନଗର,୨୩।୧୦: ଭାରତୀୟ ସେନା ପକ୍ଷରୁ ଆତଙ୍କବାଦୀଙ୍କ ନିପାତ ପାଇଁ ଅଲ୍‌ ଆଉଟ୍‌ ମିଶନ୍‌ ଜାରି ରହିଛି। ଏହାର ପ୍ରଭାବରେ ଧୀରେ ଧୀରେ ଆତଙ୍କବାଦୀ ଦୁର୍ଗ ଭୁଶୁଡ଼ିବାରେ ଲାଗିଛି। ଇତିମଧ୍ୟରେ ଜମ୍ମୁ-କଶ୍ମୀର ଅଓ୍ବନ୍ତିପୁରାରେ ହୋଇଥିବା ଏନ୍‌କାଉଣ୍ଟରରେ ଭାରତୀୟ ଅଲ୍‌ କାଇଦା ମୁଖ୍ୟ ତଥା ଅନସାର୍‌ ଗାଜିଓ୍ବାତ୍‌ ଉଲ୍‌-ହିନ୍ଦ୍‌ ଆତଙ୍କବାଦୀ ସଂଗଠନ ସଦସ୍ୟ ଅବଦୁଲ୍‌ ହମିଦ୍‌ ଲଲହାରିଙ୍କ ମୃତ୍ୟୁ ଘଟିଛି। ପୂର୍ବରୁ ଏହାର ମୁଖ୍ୟ ଜାକିର୍‌ ମୁସା ଥିଲେ। ଏକ ଏନ୍‌କାଉଣ୍ଟରରେ ୨୦୧୯ ଜୁନ୍‌ରେ ମୁସାଙ୍କ ମୃତ୍ୟୁ ପରେ ଲଲହାରି ସଂଗଠନର ଡୋର ଧରିଥିଲେ। ଲଲହାରି ପୁଲଓ୍ବାମାର ବାସିନ୍ଦା ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛିି।

Share