Categories: ଖେଳ

ଅଲ୍‌ ଇଂଲଣ୍ଡ ଓପନ୍‌: ସିନ୍ଧୁଙ୍କ ବିଜୟ ଅଭିଯାନ

ବିର୍ମିଂହାମ, ୧୧।୩ (ପି.ଟି.)- ଅଲ୍‌ ଇଂଲଣ୍ଡ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାରେ ଷ୍ଟାର୍‌ ଭାରତୀୟ ଖେଳାଳି ପି.ଭି. ସିନ୍ଧୁ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ବୁଧବାର ଅନୁଷ୍ଠିତ ମହିଳା ସିଙ୍ଗଲ୍ସ ପ୍ରଥମ ରାଉଣ୍ଡ ମ୍ୟାଚ୍‌ରେ ବିଶ୍ୱ ମାନ୍ୟତାର ୬ଷ୍ଠ ସ୍ଥାନରେ ରହିଥିବା ସିନ୍ଧୁ ୨୧-୧୪, ୨୧-୧୭ ସିଧାସଳଖ ଗେମ୍‌ରେ ଆମେରିକାର ବଓ୍ବେିନ ଝାଙ୍ଗ୍‌ଙ୍କୁ ପରାସ୍ତ କରିଛନ୍ତି। ଏହି ମ୍ୟାଚ୍‌ ଜିତିବାକୁ ସିନ୍ଧୁଙ୍କୁ ୪୨ ମିନିଟ୍‌ ସମୟ ଲାଗିଥିଲା। ଉଭୟଙ୍କ ମଧ୍ୟରେ ଏହା ୧୦ମ ମୁକାବିଲା ରହିଥିବାବେଳେ ସେଥିରୁ ସିନ୍ଧୁ ୬-୪ରେ ଆଗୁଆ ରହିଛନ୍ତି। ସିନ୍ଧୁ ପ୍ରି-କ୍ୱାର୍ଟର ଫାଇନାଲ ମୁକାବିଲାରେ କୋରିଆର ସୁଙ୍ଗ୍‌ ଜି ହ୍ୟୁନ୍‌ଙ୍କୁ ଭେଟିବେ। ତେବେ ମିକ୍ସଡ୍‌ ଡବଲ୍ସରେ ଭାରତକୁ ନିରାଶ ହେବାକୁ ପଡ଼ିଛି। ପ୍ରଣବ ଜେରୀ ଚୋପ୍ରା ଓ ଏନ୍‌. ସିକ୍କି ରେଡ୍ଡୀ ଯୋଡ଼ି ୧୩-୨୧, ୨୧-୧୧, ୧୭-୨୧ ଗେମ୍ସରେ ଟପ୍‌ ସିଡ୍‌ ଚାଇନାର ସି ଓ୍ବି ଝେଙ୍ଗ୍‌ ଓ ୟା କ୍ୱିଅଙ୍ଗ୍‌ଙ୍କ ନିକଟରୁ ହାରି ଯାଇଛନ୍ତି।

Share