Categories: ଖେଳ

ଅଲ୍‌ ଇଂଲଣ୍ଡ ଚାମ୍ପିୟନଶିପ୍‌: ଏକ୍ସେଲସେନ୍‌, ତାଇ ଜୁଙ୍କୁ ଟାଇଟଲ

ବର୍ମିଂହାମ୍‌,୧୬ା୩ (ପି.ଟି.)-ଅଲ୍‌ ଇଂଲଣ୍ଡ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ରେ ଡେନମାର୍କର ଭିକ୍ଟର ଏକ୍ସେଲସେନ୍‌ ପ୍ରଥମଥର ପୁରୁଷ ସିଙ୍ଗଲ୍ସ ଟାଇଟଲ ହାସଲ କରିଛନ୍ତି। ଅନ୍ୟପକ୍ଷରେ ପୂର୍ବରୁ ଏଠାରେ ଦୁଇଥର ଚାମ୍ପିୟନ ଚାଇନିଜ୍‌ ତାଇପେର ତାଇ ଜୁ ୟିଙ୍ଗ୍‌ ପୁଣିଥରେ ମହିଳା ସିଙ୍ଗଲ୍ସ ଚାମ୍ପିୟନ ହୋଇଛନ୍ତି। ପୂର୍ବତନ ବିଶ୍ୱ ଚାମ୍ପିୟନ ତଥା ଦ୍ୱିତୀୟ ସିଡ୍‌ ଏକ୍ସେଲସେନ ୨୧-୧୩, ୨୧-୧୪ ଟପ୍‌ ସିଡ୍‌ ତଥା ଚାଇନିଜ ତାଇପେର ଚୋଉ ତିନ୍‌-ଚେନ୍‌ଙ୍କୁ ୨୧-୧୩, ୨୧-୧୪ରେ ହରାଇ ଦେଇଛନ୍ତି। ଅନ୍ୟପକ୍ଷରେ କ୍ରମାଗତ ଚତୁର୍ଥ ଥର ଅଲ୍‌ ଇଂଲଣ୍ଡ ଫାଇନାଲ ଖେଳିଥିବା ପୂର୍ବତନ ବିଶ୍ୱର ନମ୍ବର ଓ୍ବାନ ଖେଳାଳି ତାଇ ଜୁ ଟପ୍‌ ସିଡ୍‌ ତଥା ଚାଇନାର ଚେନ୍‌ ୟୁ ଫେଇଙ୍କୁ ୨୧-୧୯, ୨୧-୧୫ରେ ପରାସ୍ତ କରି ଏହି ସମ୍ମାନଜନକ ଟୁର୍ନାମେଣ୍ଟରେ ତାଙ୍କର କ୍ରମାଗତ ତୃତୀୟ ଟାଇଟଲ ହାସଲ କରିଛନ୍ତି।

Share