Categories: ଖେଳ

ଅଲ୍‌ ଓଡ଼ିଶା କେ.ସି. ମେମୋରିଆଲ ବ୍ୟାଡ୍‌ମିଣ୍ଟନ ଉଦ୍‌ଯାପିତ

ଭୁବନେଶ୍ୱର, ୨୫।୧୦(କ୍ରୀଡ଼ା ପ୍ରତିନିଧି)-କେ.ସି. ମେମୋରିଆଲ ଟ୍ରଷ୍ଟ ଓ ଉଡାନ ବ୍ୟାଡ୍‌ମିଣ୍ଟନ ଏକାଡେମୀ ଆନୁକୂଲ୍ୟରେ ଅଲ୍‌ ଓଡ଼ିଶା ଓପନ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟ ଗୁରୁବାର ଉଦ୍‌ଯାପିତ ହୋଇଛି। ପଟିଆସ୍ଥିତ ଉଡାନ ଏକାଡେମୀରେ ଗତ ୨୧ ତାରିଖରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାରେ ୧୩ ବର୍ଷରୁ କମ୍‌ ବାଳିକା ସିଙ୍ଗଲ୍ସ, ବାଳକ ସିଙ୍ଗଲ୍ସ, ଅଣସିଡେଡ ସିନିୟର ଡବଲ୍ସ, ଭେଟେରାନ ୪୦ ବର୍ଷରୁ ଊର୍ଦ୍ଧ୍ୱ ଏବଂ ୬୦ ବର୍ଷରୁ ଊର୍ଦ୍ଧ୍ୱ ଡବଲ୍ସ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ୧୩ ବର୍ଷରୁ କମ୍‌ ବାଳିକା ସିଙ୍ଗଲ୍ସରେ ଗୀତାଶ୍ରୀ ରୟ ଏବଂ ବାଳକରେ ଦିବ୍ୟମ୍‌ କେଜ୍ରିଓ୍ବାଲ ଚାମ୍ପିୟନ ହୋଇଥିଲେ। ଅଣସିଡେଡ ଡବଲ୍ସରେ ପି. ଚକ୍ରଧର ଓ ସିଦ୍ଧାର୍ଥ ନାୟକ ଟାଇଟଲ ହାସଲ କରିଥିବାବେଳେ ୪୦ ବର୍ଷରୁ ଊର୍ଦ୍ଧ୍ୱ ଭେଟେରାନ ଡବଲ୍ସରେ ସୁଶାନ୍ତ-ଉଦୟଭାନୁ ଏବଂ ୬୦ ବର୍ଷରୁ ଊର୍ଦ୍ଧ୍ୱ ଡବଲ୍ସରେ ଅନିମେଶ-ଅଜୟ ଯୋଡ଼ି ଚାମ୍ପିୟନ ହୋଇଥିଲେ। ଜୁନିୟର ବର୍ଗରେ ଜିଜ୍ଞାଶୁ, ସୋୟାନ ଓ ସାଇ ସ୍ବରୂପ ଏବଂ ସିନିୟର ବର୍ଗରେ ଅମ୍ଳାନ ଗଡ଼ନାୟକ, ଅଭିଷେକ ମିତ୍ରା, ପ୍ରତୀକ ବେହେରା, ରଜତ ମହନ୍ତ, ଗୌରବ ବେଉରା ଓ ସୁରଜ ପଟ୍ଟନାୟକ କୃତୀ ଖେଳାଳି ବିବେଚିତ ହୋଇଥିଲେ। ନାଲ୍‌କୋ ନିର୍ଦ୍ଦେଶକ ପି. କେ. ମିଶ୍ର ଅତିଥିଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। କେ.ସି. ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ସୂର୍ଯ୍ୟକାନ୍ତ ମିଶ୍ର, ଅଶୋକ ମିଶ୍ର ଏବଂ ଉଡାନ ବ୍ୟାଡ୍‌ମିଣ୍ଟନ ଏକାଡେମୀର ସଞ୍ଜୟ ମହାନ୍ତି ଓ ଚିତ୍ତରଞ୍ଜନ ଶତପଥୀ ଉପସ୍ଥିତ ଥିଲେ। ନଇମୁଦ୍ଦିନ ଖାଁ ମ୍ୟାଚ ନିୟନ୍ତ୍ରକ ଦାୟିତ୍ୱ ନିର୍ବାହ କରିଥିଲେ।

Share