ନୂଆଦିଲ୍ଲୀ,୧୦।୭: ଅଲ୍ କାଏଦା ଆତଙ୍କବାଦୀ ଅଲ୍ ଜଓ୍ବାହିରିଙ୍କ ଏକ ଧମକପୂର୍ଣ୍ଣ ଲେଖା ଜାରି ହୋଇଛି। ଏଥିରେ ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇଁ କୁହାଯାଇଛି। କଶ୍ମୀରକୁ ଭୁଲ ନାହିଁ ବୋଲି ଜଓ୍ବାହିରି ଆତଙ୍କବାଦୀ ସଂଗଠନ ସଦସ୍ୟଙ୍କୁ ଆହ୍ବାନ ଦେଇଛନ୍ତି। ଏହି ଧମକପୂର୍ଣ୍ଣ ଲେଖାରେ ଆତଙ୍କବାଦୀ ଜାକିର୍ ମୁସାଙ୍କ ଫଟୋ ମଧ୍ୟ ଲଗା ଯାଇଥିବା କୁହାଯାଉଛି। ଅଲ୍ କାଏଦା ମିଡ଼ିଆ ଶାଖା ଅସ୍ ସହାବ ପକ୍ଷରୁ ଏହି ଧମକପୂର୍ଣ୍ଣ ଲେଖା ଜାରି ହୋଇଛି।