‘ଅଳଙ୍କାର’ ବସ୍‌ ଦୁର୍ଘଟଣାଗ୍ରସ୍ତ: ୨୫ ଯାତ୍ରୀ ଆହତ, ଭଦ୍ରକ ମେଡିକାଲରେ ଭର୍ତ୍ତି

ଭଦ୍ରକ ଅଫିସ,୧।୩: ଭଦ୍ରକ ଜିଲା ୧୬ନଂ ଜାତୀୟ ରାଜପଥ ସିମୁଳିଆ ଭଗିଆ ଛକଠାରେ ଶନିବାର ବିଳମ୍ବିତ ରାତିରେ ଏକ ଦୁର୍ଘଟଣା ଘଟିଛି। ରାଇରଙ୍ଗପୁରରୁ ଭୁବନେଶ୍ୱରର ଯାଉଥିବା ‘ଅଳଙ୍କାର’ ନାମକ ଏକ ଘରୋଇ ବସ୍‌ ଦୁର୍ଘଟଣା ଘଟିବା ଯୋଗୁ ୨୫ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣ ଗୁରୁତରଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ବସ୍‌ରେ ୫୦ଜଣ ଯାତ୍ରୀ ଥିବା ଜଣାପଡ଼ିଛି।

Share