Categories: ଫୁରସତ

ଅଳପ ଲାଜେଇ ଟିକେ ସିଆଣି: ମନ କିଣିନେଲା ଚୋରାଚାହାଣି

ପ୍ରଶ୍ନ-ଜଣେ ସୁନ୍ଦରୀର ଚୋରାଚାହାଣି ମୋତେ ଘାଇଲା କରିଛି। ତା’ ପ୍ରେମରେ ପଡିଯାଇଛି କହିଲେ କିଛି ଭୁଲ ହେବ ନାହିଁ। ହେଲେ ସେ କେମିତି ମୋ ମନ ଚୋରି କରିନେଲା ଜାଣିପାରୁନାହିଁ।
-ଅନ୍ବେଷ, ବାଲିକୁଦା, ଜଗତ୍‌ସିଂହପୁର
ଉତ୍ତର: ବେଳେବେଳେ ପ୍ରେମର ନିଶା ଆରମ୍ଭରୁ ଏମିତି ଘାରିଥାଏ ଯେ କେତେବେଳେ ମନ ଚୋରି ହୋଇଯାଏ ତାହା ଜଣାପଡ଼େ ନାହିଁ। ଜାଣିଲା ବେଳକୁ ମନ ଡଙ୍ଗା ପ୍ରେମ ନଈରେ ବେଶ୍‌ ଆନନ୍ଦରେ ଭାସୁଥାଏ। ‘ଅଳପ ଲାଜେଇ ଟିକେ ସିଆଣି ମନ କିଣିନେଲା ଚୋରା ଚାହାଣି।’ ମନ ତ ଚୋରି ହୋଇ ସାରିଲାଣି। କେମିତି ହେଲା ସେକଥା ନ ଭାବି ପ୍ରେମ ଗାଡିର ବାଲାନ୍ସ ଠିକ୍‌ ରଖନ୍ତୁ। କାରଣ ପ୍ରେମ ଜୋସ୍‌ରେ ବେଳେବେଳେ ହୋସ ହରାଇ କେତେକ ପ୍ରେମିକ ପ୍ରେମ ରାସ୍ତାରୁ ବାହାରି ଯାଇଥାଆନ୍ତି।
ପ୍ରଶ୍ନ-ଏକାଥରେ ଦୁଇଜଣ ଝିଅଙ୍କୁ ମୁଁ ଭଲ ପାଉଥିଲି। ଦୁହେଁ ମୋତେ ଧୋକା ଦେଇ ଚାଲିଗଲେ। ଏବେ କ’ଣ କରିବି ?
-ଅଜିତ କୁମାର, ନବରଙ୍ଗପୁର
ଉତ୍ତର:ଏକାଥରେ ଦୁଇଜଣ ପ୍ରେମିକାଙ୍କୁ ମ୍ୟାନେଜ କରୁଥିଲେ, ରିୟଲି ୟୁ ଆର୍‌ ଗ୍ରେଟ୍‌ ! ହେଲେ ପ୍ରେମ କରିବା ବେଳେ ଦୁଇ ନାଆରେ ଗୋଡ ଦେଲେ ତାହାର ଫଳ କ’ଣ ହୁଏ ତାହାର ଉଦାହରଣ ଆଉ କାହାକୁ ପଚାରିବାର ଆବଶ୍ୟକତା ନାହିଁ। କାରଣ ନିଜେ ହିଁ ଭୁକ୍ତଭୋଗୀ। ତେଣୁ ପ୍ରେମ କରିବା ବେଳେ ଏପରି ଭୁଲ କରନ୍ତୁ ନାହିଁ, ଯେଉଁଥିପାଇଁ ନିଜ ଆଖିରୁ ଲୁହ ପୋଛିବାକୁ ଆଉ କେହି ନ ଥିବେ। ପ୍ରେମ ଜାଲରେ ଜଣଙ୍କୁ ହିଁ ବାନ୍ଧନ୍ତୁ, ଆଉ ଏପରି ବୁଦ୍ଧି ଆପ୍ଲାଏ କରନ୍ତୁ ଯେମିତି ପ୍ରେମ ମିଶନ କେବେ ଅନସକ୍‌ସେସ୍‌ ହେବ ନାହିଁ।
ପ୍ରଶ୍ନ-ଜଣେ ଝିଅ ମୋତେ ଦେଖି କେତେବେଳେ ହସି ଦେଉଛି ତ କେତେବେଳେ ମୁହଁ ମୋଡି ଚାଲି ଯାଉଛି। ତାକୁ ପ୍ରେମ ନିବେଦନ କରିବା ଠିକ୍‌ ହେବ କି ?
-ନରେଶ ରାଉତ, ରେଢ଼ାଖୋଲ, ସମ୍ବଲପୁର
ଉତ୍ତର: ଆପଣଙ୍କ ପ୍ରଶ୍ନରୁ ଯାହା ଲାଗୁଛି ପ୍ରେମର ଆରମ୍ଭ କରିବାକୁ ପାଣିପାଗ ଆଦୌ ସୁଇଟେବଲ୍‌ ନୁହେଁ। ସେ ଝିଅଟି କେତେବେଳେ ହସି ଦେଉଛି ତ କେତେବେଳେ ମୁହଁ ମୋଡି ଚାଲିଯାଉଛି। ଯଦି ତାହାର ମାନସିକତାକୁ ଭଲ ଭାବରେ ଷ୍ଟଡି କରିପାରିଲେ ଆଉ ତା’ପରେ ଆଗେଇଲେ କିଛି କ୍ଷତି ନାହିଁ। ହେଲେ ହଁ-ନାହିଁର ଦୋଛକିରେ ଠିଆ ହୋଇ ସେହି ସୁନ୍ଦରୀ କଥା ଭାବିଲେ ମରୀଚିକା ପଛରେ ଗୋଡ଼ାଇବା ପରି ହୋଇପାରେ।
ପ୍ରଶ୍ନ-ପରବୁଦ୍ଧିରେ ପଡି ପ୍ରେମ କରି ନାମ ନେଲା ପରେ ପୁଣି ପ୍ରେମ କରିବାକୁ ମନ ହେଉଛି। କ’ଣ କରିବି ?
-ଉତ୍ତମ, ଯାଜପୁର
ଉତ୍ତର: ପରବୁଦ୍ଧିକୁ ଭଲ ଭାବରେ ନ ପରଖି ଆଗେଇଲେ ଏମିତି ଫଳ ହୋଇଥାଏ। ପ୍ରେମ ଜର୍ନି ଆରମ୍ଭ କରିବା ପୂର୍ବରୁ ସବୁବେଳେ ନିଜ ମଗଜ ଖଟାନ୍ତୁ। କାହା କଥାରେ ଭୋଳ ହୋଇ ଯଦି ଆଗେଇବେ ତେବେ ଫଳାଫଳ ପିତା ଲାଗିଲେ କାହାକୁ ଦୋଷ ଦେବେ ଥରେ ଭାବନ୍ତୁ ନା !

Share