Categories: ଫୁରସତ

ଅଳିଆଗଦାରେ ଫିଙ୍ଗି ଦେଇଥିଲେ ଲଟେରି ଟିକେଟ୍‌, ପରେ ହେଲେ କୋଟିପତି

କୁହାଯାଏ, ଭାଗ୍ୟ କାହାକୁ କେତେବେଳେ କେଉଁଠି ନେଇ ପହଞ୍ଚାଇଥାଏ ତା’ର ଠିକଣା ନ ଥାଏ। ଫଳରେ କୋଟିପତି ଗରିବ ହୋଇଯାଉଥିବା ବେଳେ ଗରିବଟିଏ ରାତାରାତି କୋଟିପତି ହୋଇଯାଏ। ଏହାର ଅନେକ ଉଦାହରଣ ମଧ୍ୟ ରହିଛି। ଏହିପରି ଏକ ଉଦାହରଣ ଦେଖିବାକୁ ମିଳିଛି କୋଲକାତାରେ। ଯାହା ଚର୍ଚ୍ଚାର ବିଷୟ ପାଲଟିଛି। ଏଠାକାର ଜଣେ ପରିବା ଦୋକାନୀ ଲଟେରି ଟିକେଟ୍‌କୁ ରାଗି କି ଅଳିଆଗଦାରେ ଫିଙ୍ଗି ଦେଇଥିଲେ। ମାତ୍ର ଏହି ଟିକେଟ ତାଙ୍କୁ କୋଟିପଟି କରିଦେଇଛି।

କୋଲକାତାର ଦମ୍‌ଦମ୍‌ ଅଞ୍ଚଳରେ ରହୁଥିବା ସାଦିକ୍‌ ପରିବା ବ୍ୟବସାୟ କରି ପରିବାର ପ୍ରତିପୋଷଣ କରିଥାନ୍ତି। ଦିନେ ସ୍ତ୍ରୀଙ୍କ ସହ ସାଦିକ୍‌ ନାଗାଲାଣ୍ଡ ଲଟେରିର ୫ଟି ଟିକେଟ୍‌ କିଣିଥିଲେ। ୨ ଜାନୁୟାରୀରେ ଏହି ଲଟେରି ଉଠାଣ ହୋଇଥିଲା। କିଛି ଦୋକାନୀ ତାଙ୍କର ଲଟେରି ଉଠି ନ ଥିବା ସାଦିକ୍‌ଙ୍କୁ କହିଥିଲେ। ଏଥିରେ ରାଗି ଯାଇ ସମସ୍ତ ଟିକେଟ ନେଇ ସେ ଅଳିଆଗଦାରେ ଫିଙ୍ଗି ଦେଇଥିଲେ।


ଏକ ରିପୋର୍ଟ ଅନୁଯାୟୀ, ୩ ଜାନୁୟାରୀରେ ସାଦିକ୍‌ ଯେତେବେଳେ ଏହି ଦୋକାନୀଙ୍କ ନିକଟକୁ ଗଲେ ୧ କୋଟି ଟଙ୍କାର ପୁରସ୍କାର ଜିତିଥିବା ଦୋକାନୀ ଜଣକ ତାଙ୍କୁ କହିଥିଲେ। ଏହା ଶୁଣି ଖୁସିରେ ସାଦିକ୍‌ଙ୍କ ଗୋଡ଼ ତଳେ ଲାଗିଲାନି। ସେ ସଙ୍ଗେ ସଙ୍ଗେ ସ୍ତ୍ରୀ ଅସୀମାଙ୍କ ସହ ମିଶି ଅଳିଆଗଦାରୁ ଟିକେଟ୍‌ ଖୋଜିବାରେ ଲାଗିପଡ଼ିଲେ। ଦୀର୍ଘସମୟ ଖୋଜିବା ପରେ ୫ଟି ଯାକ ଟିକେଟ୍‌ ପାଇଥିଲେ। ପରେ ଦୋକାନୀଙ୍କୁ ଟିକେଟ୍‌ ଦେଖାଇ ପୁରସ୍କାର ରାଶି ଆଣିଛନ୍ତି।

Share