ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତିଲା ଡିଏମ୍‌ୟୁ ଟ୍ରେନ୍‌

ବାରିପଦା ଅଫିସ,୨୦।୯: ଟାଟା ବାଦାମପାହାଡ଼ ଦ୍ବିତୀୟ ଡିଏମ୍‌ୟୁ ଟ୍ରେନ (ନଂ. ୧୮୪୦୯) ମୟୂରଭଞ୍ଜ ଜିଲାର ଗୋରୁମହିଷାଣୀ ଆସୁଥିବା ସମୟରେ ଷ୍ଟେଶନ ପହଞ୍ଚିବାର ୨ କି.ମି. ପୂର୍ବରୁ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି। ସାନମଉଦା ନିକଟରେ ରେଳ ଧାରଣା ଦୁଇଖଣ୍ଡ ହୋଇଯାଇଥିବା ଦେଖି ଡ୍ରାଇଭର ଏସ୍‌.କେ. ହେମ୍ବ୍ରମ ଓ ଏସ୍‌. ସୋରେନ ତୁରନ୍ତ ଟ୍ରେନ୍‌କୁ ଅଟକାଇଥିଲେ । ତେବେ ଗାଡ଼ି ରହିବା ପରେ ଯାତ୍ରୀମାନେ ଭୟଭୀତ ହୋଇ ପ୍ରାୟ ୨ କି.ମି. ଚାଲିି ଗୋରୁମହିଷାଣୀ ଷ୍ଟେଶନରେ ପହଞ୍ଚିଥିଲେ। ରେଳଧାରଣା ମରାମତି ପରେ ପ୍ରାୟ ୨ ଘଣ୍ଟା ବିଳମ୍ବରେ ଟ୍ରେନ ଛାଡ଼ିଥିଲା।