ଅଳ୍ପ ଶୋଇବା ଅସ୍ଥିକୁ ପ୍ରଭାବିତ କରେ

ଆମେ ରାତିରେ ଅତିକମ୍‌ରେ ୭-୮ ଘଣ୍ଟା ବିଶ୍ରାମ ନେବା ଆବଶ୍ୟକ। ନ ହେଲେ ତାହାର ପ୍ରଭାବ ଶରୀର ଉପରେ ପଡ଼ିଥାଏ। ବିଶେଷଭାବରେ ବୟସ ବଢ଼ିବା ସହ ଏଥିପ୍ରତି ଅଧିକ ଦୃଷ୍ଟିଦେବା ଦରକାର। ଯଦି ଜଣେ ବୟସ୍କ ବ୍ୟକ୍ତି ରାତିରେ ଅଳ୍ପ ସମୟ ଶୁଅନ୍ତି, ତେବେ ଏହାଦ୍ୱାରା ତାଙ୍କର ଅସ୍ଥି ଧୀରେ ଧୀରେ ଦୁର୍ବଳ ହୋଇଥାଏ। ରାତିରେ ଅଳ୍ପ ସମୟ ଶୋଉଥିବା କେତେଜଣ ବ୍ୟକ୍ତିଙ୍କର ଅସ୍ଥି କିପରି ରହୁଛି ତାହା ପରୀକ୍ଷାକରି ଲଣ୍ଡନ ୟୁନିଭର୍ସିଟିର ବିଶେଷଜ୍ଞମାନେ ଏପରି ତଥ୍ୟ ଜାଣିପାରିଛନ୍ତି। ଏପରି କି ରାତିରେ ଶୋଇବା ପରିମାଣ କମ୍‌ ହେଲେ ଅସ୍ଥି ଏପରି ଦୁର୍ବଳ ହୋଇଯାଏ ଯେ, ଅଳ୍ପ ଆଘାତରେ ତାହା ଭାଙ୍ଗିଯିବା ଆଶଙ୍କା ରହିଛି। ତେଣୁ ବୟସ୍କ ବ୍ୟକ୍ତି ରାତିରେ ଅତି କମ୍‌ରେ ୭-୮ ଘଣ୍ଟା ଶୋଇବା ଆବଶ୍ୟକ ବୋଲି ସେମାନେ ପରାମର୍ଶ ଦେଇଛନ୍ତି।