Categories: ଜାତୀୟ

ଅଶାନ୍ତ ପଶ୍ଚିମବଙ୍ଗ: ଟିଏମ୍‌ସି-କଂଗ୍ରେସ ମୁହାଁମୁହିଁ; ୩ ମୃତ

କୋଲକତା,୧୫।୬: ପଶ୍ଚିମବଙ୍ଗରେ ରାଜନୈତିକ ହିଂସା ଥମିବାର ନା ଧରୁନି। ଶନିବାର ମୁର୍ଶିଦାବାଦ୍‌ରେ ତୃଣମୂଳ କଂଗ୍ରେସ(ଟିଏମ୍‌ସି) ଏବଂ କଂଗ୍ରେସ ଦଳ ସଦସ୍ୟ ମୁହାଁମୁହିଁ ହୋଇଛନ୍ତି। ଏଥିରେ ତୃଣମୂଳ କଂଗ୍ରେସର ୩ ଜଣ କର୍ମକର୍ତ୍ତାଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ଟିଏମ୍‌ସିର ଖୈରୁଦ୍ଦିନ୍‌ ଶେଖ୍‌ ଏବଂ ସୋହେଲ ରାଣାଙ୍କ ସମେତ ଅନ୍ୟ ଜଣେ କର୍ମକର୍ତ୍ତାଙ୍କ ମୃତ୍ୟୁ ଏଥିରେ ହୋଇଥିବା ପୋଲିସ ସୂଚନା ଦେଇଛି। ପୂର୍ବରୁ ଲୋକସଭା ନିର୍ବାଚନ ସମୟରେ ଟିଏମ୍‌ସି କର୍ମକର୍ତ୍ତା ଅଲତାଫ୍‌ ହୁସେନ୍‌ଙ୍କୁ ହତ୍ୟା କରାଯାଇଥିଲା। ତେବେ କିଛି ଦିନ ପରେ ହତ୍ୟା ଅଭିଯୁକ୍ତ ବାହାରକୁ ଆସିଥିଲେ। ଖୈରୁଦ୍ଦିନ୍‌ ଶେଖ୍‌ ଅଲତାଫ୍‌ଙ୍କ ବଡ଼ ଭାଇ ଥିବାବେଳେ ସୋହେଲ ତାଙ୍କ ପୁଅ ବୋଲି ପୋଲିସ କହିଛି।

Share