Categories: ଜାତୀୟ

ଅଶାନ୍ତ ପଶ୍ଚିମବଙ୍ଗ: ଦଳୀୟ ପତାକା ପାଇଁ କର୍ମୀଙ୍କ ଜୀବନ ଗଲା

କୋଲକତା, ୯।୬: ପଶ୍ଚିମବଙ୍ଗରେ ରାଜନୈତିକ ହିଂସା ଥମିବାର ନାଁ ଧରୁନି। ଉତ୍ତର ୨୪ ପ୍ରଗଣା ଜିଲାରେ ଦଳୀୟ ପତାକାକୁ କେନ୍ଦ୍ର କରି ୪ ଜଣ ଭାଜପା କର୍ମୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। ସେହିପରି ଏହି ଘଟଣାରେ ଜଣେ ତୃଣମୂଳ କର୍ମୀଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ସ୍ଥାନୀୟ ବସିରହାଟ୍‌ର ସନ୍ଦେଶଖାଲିସ୍ଥିତ ନଜତ୍‌ ଅଞ୍ଚଳରେ ଘଟିଛି। ଏନେଇ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଭାଜପା କର୍ମୀଙ୍କୁ ଧର୍ଯ୍ୟ ଧରିବା ସହିତ ଶାନ୍ତି ପାଇଁ ଅନୁରୋଧ କରିଛନ୍ତି। ସୁରକ୍ଷା ଦୃଷ୍ଟିରୁ ସମଗ୍ର ଅଞ୍ଚଳରେ ପୋଲିସ ବାହିନୀଙ୍କୁ ମୁତୟନ କରାଯାଇଛି।

Share