ଅଶୋକ ଚଭନଙ୍କୁ କରୋନା

ମୁମ୍ବାଇ,୨୬ା୫: ମହାରାଷ୍ଟ୍ର କ୍ୟାବିନେଟ ମନ୍ତ୍ରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚଭନଙ୍କ ଠାରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛି। ବରିଷ୍ଠ କଂଗ୍ରେସ ନେତା ଚଭନ ଏବେ ପୂର୍ତ୍ତ ବିଭାଗ ମନ୍ତ୍ରୀ ଅଛନ୍ତି। ସେ ବାରମ୍ବାର ମୁମ୍ବାଇ ଓ ନିଜ ଜିଲା ମରାଠାଓ୍ବାଡ଼ା ମଧ୍ୟରେ ଯାତାୟାତ କରୁଥିବାରୁ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା କୁହାଯାଉଛି। ପୂର୍ବରୁ ଏନ୍‌ସିପି ନେତା ତଥା ଗୃହନିର୍ମାଣ ମନ୍ତ୍ରୀ ଜିତେନ୍ଦ୍ର ଅଓ୍ବଦଙ୍କଠାରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲା। ସେ ଦୁଇ ସପ୍ତାହ ମୁମ୍ବାଇ ହସ୍ପିଟାଲରେ ଚିକିତ୍ସିତ ହେବା ପରେ ସୁସ୍ଥ ହୋଇଛନ୍ତି।

Share