ଅଶୋଧିତ ତେଲ ଦାମ ଟଏଲେଟ୍‌ ପେପରଠାରୁ ବି କମ !

ଓ୍ବାଶିଂଟନ,୨୩।୪: କରୋନା ସଂକ୍ରମଣ ନେଇ ପୃଥିବୀରେ ଆତଙ୍କ ଦେଖାଦେଇଛି। ବହୁ ଦେଶରେ ଲକ୍‌ ଡାଉନ୍‌ ଯୋଗୁ ଧୀରେଧୀରେ ଆର୍ଥିକ ସ୍ଥିତି ଖରାପ ହେବାରେ ଲାଗିିଛି। ଏପରିସ୍ଥଳେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦାମ କମିବାରେ ଲାଗିଛି। ଆମେରିକାରେ ବ୍ୟାରେଲ ପିଛା ଅଶୋଧିତ ତେଲ ଦାମ ୩୭.୬୩ ଡଲାର ରହିଛି। ଫଳରେ ଅଶୋଧିତ ତେଲ ଦାମ ଟଏଲେଟ୍‌ ପେପରଠାରୁ ବି କମ ରହିଛି। ଏବେ ଏହି ଖବର ଟୁଇଟର ଏବଂ ଅନ୍ୟ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଲକ୍‌ ଡାଉନ୍‌ ଯୋଗୁ ଯାନବାହାନ ଚଳାଚଳ ଠପ୍‌ ହୋଇଯାଇଛି। ଫଳରେ ପେଟ୍ରୋଲ ଏବଂ ଡିଜେଲ୍‌ ବିକ୍ରି କମିବାରେ ଲାଗିଛି। ଅପରପକ୍ଷରେ ସାମାଜିକ ଦୂରତା ବଜାୟ ରଖିବା ଏବଂ ଗହଳି କମାଇବା ଲାଗି ବିଭିନ୍ନ ଦେଶରେ ଗାଡ଼ିମଟର ଅପେକ୍ଷା ସାଇକେଲ ଚଳାଇ ଅବା ଚାଲିଚାଲି ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଉଛି। ଏହାର ନକାରାତ୍ମକ ପ୍ରଭାବ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ କାରବାର ଉପରେ ପଡୁଥିବା କୁହାଯାଉଛି।

Share