ଅଶ୍ଲୀଳ ମେସେଜ ପଠାଇ ଯୁବକ ଗିରଫ

ଚମ୍ପୁଆ,୧୯ା ୫(ଡି.ଏନ.ଏ)-କେନ୍ଦୁଝର ଜିଲା ଚମ୍ପୁଆ ଥାନା ଅଞ୍ଚଳର ଏକ ବିବାହିତା ମହିଳାଙ୍କୁ ଅଶ୍ଲୀଳ ଭିଡିଓ ଓ ମେସେଜ ପଠାଇ ବାରମ୍ବାର ହଇରାଣ ହରକତ କରୁଥିବାରୁ ଜଣେ ଯୁବକଙ୍କୁ ଚମ୍ପୁଆ ପୋଲିସ ଗିରଫ କରିଛି। ସେ ହେଲେ ସରୋଜ ବାରିକ(୨୧)। ଏନେଇ ପୋଲିସ ଏକ ମାମଲା (ନଂ. ୬୭/୨୦) ରୁଜୁ କରି ତଦନ୍ତ ଜାରି ରଖିଥିଲା।
ପୋଲିସ ସୂଚନା ଅନୁଯାୟୀ, ଚମ୍ପୁଆ ଥାନା ଅଞ୍ଚଳର ଜଣେ ମହିଳା ଫେସବୁକରେ ଏକ ଅଜଣା ମହିଳାଙ୍କ ଫ୍ରେଣ୍ଡ ରିକ୍ୱଏଷ୍ଟକୁ ଗ୍ରହଣ କରିବା ପରେ ଖରାପ ମେସେଜ ଆସିଥିଲା। ଏନେଇ ମହିଳା ଜଣଙ୍କ ଚମ୍ପୁଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ମୋବାଇଲ ନଂ ର ସୂଚନା ଆଧାରରେ ଅଭିଯୁକ୍ତଙ୍କୁ ସୁନ୍ଦରଗଡ ଜିଲା କୋଇଡା ଥାନା ଅନ୍ତର୍ଗତ ଗଣୁଆ ଅଞ୍ଚଳରୁ ଗିରଫ କରି କୋର୍ଟଚାଲାଣ କରିଥିବା ଚମ୍ପୁଆ ଆଇଆଇସି ମନୋରାଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି।