Categories: ଜାତୀୟ

ଅଶ୍ୱଚାଳନାରେ ସ୍ବର୍ଣ୍ଣପଦକ ଜିତିଲେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବୋହୂ

ନୂଆଦିଲ୍ଲୀ, ୧୪।୧୧: ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ସିଂ ହୁଡ୍ଡାଙ୍କ ବୋହୂ ତଥା ପୂର୍ବତନ ଏମ୍‌ପି ଦିପେନ୍ଦ୍ର ହୁଡ୍ଡାଙ୍କ ସ୍ତ୍ରୀ ଶ୍ୱେତା ଇତିହାସ ରଚିଛନ୍ତି। ସେ ବିଶ୍ୱ ଅଶ୍ୱଚାଳନା ଚାମ୍ପିଅନଶିପ୍‌ରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ପ୍ରଥମ ମହିଳା ଭାରତୀୟ ଭାବେ ସେ ଏହି ଟୁର୍ନାମେଣ୍ଟ ଜିତିବାର ଗୌରବ ହାସଲ କରିଛନ୍ତି। ଏହି ପ୍ରତିଯୋଗିତାରେ ୫୦ଟି ଦେଶର ପ୍ରତିଯୋଗୀ ଭାଗ ନେଇଥିଲେ। ଏଫଇଆଇ ପକ୍ଷରୁ ନଭେମ୍ବର ୨ରେ ନୂଆଦିଲ୍ଲୀରେ ଆୟୋଜିତ ଏହି ପ୍ରତିଯୋଗିତାରେ ସେ ନିଜ ନିକଟତମ ପ୍ରତିଦ୍ୱନ୍ଦୀଙ୍କୁ ୭୩ ଅଙ୍କରେ ହରାଇ ଥିଲେ। ଏଭଳି ଉଲ୍ଲେଖନୀୟ ସଫଳତା ହାସଲ କରିବା ପରେ ଶ୍ୱେତା କହିଛନ୍ତି, ମହିଳାମାନେ ସୁଯୋଗ ମିଳିଲେ କୌଣସି କ୍ଷେତ୍ରରେ ବି ଆଗକୁ ବଢିପାରିବେ ଏବଂ ପରିଚୟ ସୃଷ୍ଟି କରିପାରିବେ। ପୂର୍ବରୁ ମଧ୍ୟ ଅଶ୍ୱଚାଳନାରେ ଅନେକ ପଦକ ଶ୍ୱେତା ଜିତିଛନ୍ତି।

Share