ଅଶ୍ୱତ୍ଥମା ଚରିତ୍ରରେ ଅଭିନୟ କରିବେ ଭିକି

ମୁମ୍ବାଇ: ଅଭିନେତା ଭିକି କୌଶଲ ପୁନଶ୍ଚ ‘ଉରି: ଦି ସର୍ଜିକାଲ ଷ୍ଟ୍ରାଇକ୍‌’ର ନିର୍ଦ୍ଦେଶକ ଆଦତ୍ୟ ଧରଙ୍କ ପରବର୍ତ୍ତୀ ଫିଲ୍ମରେ ଅଶ୍ୱତ୍ଥମା ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି। ଏହି ପ୍ରୋଜେକ୍ଟରେ ଭିକିଙ୍କ ସହିତ କାମ କରିବାକୁ ଯାଉଥିବା ଆଦିତ୍ୟ ସୁନିଶ୍ଚିତ କରାଇଛନ୍ତି। ଉକ୍ତ ଫିଲ୍ମ ଏକ ପିରିୟଡ ଡ୍ରାମା ବୋଲି ଚର୍ଚ୍ଚା ହେଉଛି। କିନ୍ତୁ ନିର୍ଦ୍ଦେଶକଙ୍କ ମୁଖପାତ୍ରଙ୍କ ସୂଚନା ଅନୁଯାୟୀ ଏହା ଏକ ପିରିୟଡ ଫିଲ୍ମ ନୁହେଁ। ଏହା ଆଧୁନିକ ସମୟର ଏକ ସୁପରହିରୋ ଆକ୍ସନ ଫିଲ୍ମ। ମହାଭାରତର କଥାବସ୍ତୁ ଅନୁସାରେ ଅଶ୍ୱତ୍ଥମା ହେଉଛନ୍ତି ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ପୁତ୍ର। ସେ କୁରୁକ୍ଷେତ୍ର ଯୁଦ୍ଧରେ କୌରବଙ୍କ ସାଥିରେ ରହି ପାଣ୍ଡବଙ୍କ ବିରୋଧରେ ଯୁଦ୍ଧ କରିଥିଲେ।
ନିର୍ଦ୍ଦେଶକ ଉକ୍ତ ଫିଲ୍ମ ସମ୍ପର୍କରେ ପରୀକ୍ଷା ନିରୀକ୍ଷା ଚଳାଇଛନ୍ତି। ଏହାର ଶୁଟିଂ କାର୍ଯ୍ୟ ଖୁବ୍‌ ଶୀଘ୍ର ଆରମ୍ଭ ହେବ। ତେବେ ଏହାର ରିଲିଜ ୨୦୨୦ ମଧ୍ୟଭାଗରେ ହେବା ଲକ୍ଷ୍ୟ ରଖାଯାଇଛି। ଭିକି ମଧ୍ୟ ସୁୁଜିତ୍‌ ସର୍‌କାରଙ୍କ ଉଦ୍ଧାମ ସିଂ ବାୟୋପିକ୍‌ରେ ‘ତଖତ୍‌’ ଭୂମିକାରେ ଏବଂ କରନ୍‌ ଜୋହରଙ୍କ ନିର୍ଦ୍ଦେଶିତ ଏକ ହରର୍‌ ଫିଲ୍ମରେ ଦୃଶ୍ୟମାନ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ବଡ଼ ପରଦାରେ ନଜର ଆସିବେ ବରୁଣ-ଜାହ୍ନବୀ

ମୁମ୍ବାଇ: ବଡ଼ ପରଦାରେ ପୁଣିଥରେ ଅଭିନେତା ବରୁଣ ଧାଓ୍ବନ ଓ ଅଭିନେତ୍ରୀ ଜାହ୍ନବୀ କପୁରଙ୍କ କେମେଷ୍ଟ୍ରିକୁ ଦେଖିବା ପାଇଁ ଉଭୟଙ୍କ ପ୍ରଶଂସକ ଉତ୍ସାହର ସହ ଅପେକ୍ଷା...

ପ୍ରେମିକଙ୍କଠାରୁ ବାଟ ଅଲଗା କଲେ ପ୍ରିୟଙ୍କା

ମୁମ୍ବାଇ: ବ୍ରେକ୍‌ଅପ୍‌ କରିନେଇଛନ୍ତି ଟେଲି ପରଦାର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ପ୍ରିୟଙ୍କା ଚାହର ଚୌଧୁରୀ ଏବଂ ଅଙ୍କିତ ଗୁପ୍ତା। ଉଭୟଙ୍କ ଅନ୍‌ସ୍କ୍ରିନ ଏବଂ ଅଫସ୍କ୍ରିନ୍‌ କେମେଷ୍ଟ୍ରି...

ଛାତିରେ ପ୍ରବଳ ଯନ୍ତ୍ରଣା ପରେ AR Rahman ହସ୍ପିଟାଲରେ ଭର୍ତ୍ତି

ଚେନ୍ନାଇ,୧୬।୩: ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ଖ୍ୟାତନାମା ସଂଗୀତକାର ଏ.ଆର୍‌. ରେହମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ତାଙ୍କର ଆଞ୍ଜିଓପ୍ଲାଷ୍ଟି କରାଯାଉଛି। ରବିବାର ସକାଳେ...

ରାନ୍ୟା ରାଓ କେମିତି ପାଲଟିଲେ Gold Smuggler? କ’ଣ ଥିଲା ସୁନା ଚାଲାଣ ରୁଟ୍‌, କିଏ ଦେଲା ସାଥ୍‌

ମୁମ୍ବାଇ,୧୫ା୩: କନ୍ନଡ ଅଭିନେତ୍ରୀ ରାନ୍ୟା ରାଓଙ୍କ ସୁନା ଚୋରା ଚାଲାଣ ସମ୍ପର୍କରେ ପ୍ରତିଦିନ ନୂଆ ନୂଆ ଖୁଲାସା ହେଉଛି। ସୁନା ଚୋରା ଚାଲାଣ ପାଇଁ ରାନ୍ୟା...

OTTରେ ରିଲିଜ ହେଲା କଙ୍ଗନାଙ୍କ ଫିଲ୍ମ‘ଏମରଜେନ୍ସି’, ଜାଣନ୍ତୁ କେଉଁଠି ଦେଖିପାରିବେ

ମୁମ୍ବାଇ: ବହୁ ବିବାଦ ପରେ ଚଳିତ ବର୍ଷ ଜାନୁଆରୀରେ କଙ୍ଗନାଙ୍କ ‘ଏମରଜେନ୍ସି’ ସିନେମା ହଲରେ ମୁକ୍ତିଲାଭ କରିଥିଲା। ଏହି ଫିଲ୍ମଟି ମଧ୍ୟ ବହୁତ ପସନ୍ଦ ଆସିଥିଲା।...

ଜେଲରେ ରହିବେ ରାନ୍ୟା ରାଓ, ଜାମିନ ଆବେଦନକୁ ଖାରଜ କଲେ କୋର୍ଟ

ମୁମ୍ବାଇ,୧୫।୩: ସୁନା ଚୋରା ଚାଲାଣ ମାମଲାରେ କନ୍ନଡ ଚଳଚ୍ଚିତ୍ର ଅଭିନେତ୍ରୀ ରାନ୍ୟା ରାଓଙ୍କୁ ଜେଲରେ ରହିବାକୁ ପଡିବ। ଶୁକ୍ରବାର ଆର୍ଥିକ ଅପରାଧ ଅଦାଲତ ତାଙ୍କ ଜାମିନ...

ରବୀନ୍ଦ୍ର ମଣ୍ଡପରେ ହେମାମାଳିନୀଙ୍କ ଭାରତନାଟ୍ୟମ ନୃତ୍ୟରେ ଦର୍ଶକ ବିମୋହିତ, ହେମା କହିଲେ…

ଭୁବନେଶ୍ୱର,୧୫।୩:(ସୌମ୍ୟରଞ୍ଜନ ରାଉତ): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ବୃନ୍ଦାବନ ଗୁରୁକୁଳର ମିଳିତ ଆନୁକୂଲ୍ୟରେ ବୃନ୍ଦାବନ ମହୋତ୍ସବ ଶୁକ୍ରବାର ରବୀନ୍ଦ୍ର ମଣ୍ଡପଠାରେ ଅନୁଷ୍ଠିତ...

ଆମିର ଖାନଙ୍କ ଗର୍ଲଫ୍ରେଣ୍ଡ ଗୌରୀ ସ୍ପ୍ରେଟ କିଏ? ଯାହାଙ୍କୁ ବାହାହେବାକୁ କଲେ ଖୁଲାସା

ମୁମ୍ବାଇ: ଗୌରୀ ସ୍ପ୍ରେଟ ଜଣେ ଆଙ୍ଗ୍ଲୋ-ଇଣ୍ଡିଆନ ମହିଳା ଯାହାଙ୍କ ବାପା ତାମିଲ-ବ୍ରିଟିଶ ବଂଶୋଦ୍ଭବ ଏବଂ ମାଆ ପଞ୍ଜାବୀ-ଆରିଶ ବଂଶୋଦ୍ଭବ। ସେ ବାଙ୍ଗାଲୋରରେ ରୁହନ୍ତି ଏବଂ ଆମିର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image