Categories: ଖେଳ

ଅଶ୍ୱିନଙ୍କଠାରୁ ଅଲଗା ହୋଇପାରେ କିଙ୍ଗ୍ସ ଏକାଦଶ ପଞ୍ଜାବ

ଚଣ୍ଡିଗଡ଼,୨୬।୮: ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି। ଆଣ୍ଟିଗୁଆ ଟେଷ୍ଟରେ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇ ନ ଥିବାବେଳେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର କିଙ୍ଗ୍ସ ଏକାଦଶ ପଞ୍ଜାବଠାରୁ ସମ୍ଭବତଃ ଅଲଗା ହୋଇପାରନ୍ତି। ଅଶ୍ୱିନଙ୍କ ନେତୃତ୍ୱରେ ଗତ ସିଜନରେ ଖେଳିଥିବା ପଞ୍ଜାବ ଫ୍ରାଞ୍ଚାଇଜ ପଏଣ୍ଟ ଟେବୁଲର ୬ଷ୍ଠ ସ୍ଥାନରେ ରହିଥିଲା। ତାଙ୍କୁ ୨୦୧୮ ସଂସ୍କରଣ ଖେଳାଳିଙ୍କ ନିଲାମ ପ୍ରକ୍ରିୟାରେ ୭.୬ କୋଟି ଟଙ୍କାରେ ଦଳରେ ସାମିଲ କରିଥିଲା। ଅଶ୍ୱିନ ଆଗାମୀ ସଂସ୍କରଣରେ ଆମ ସହ ରହିବେ କି ନାହିଁ ମୁଁ ସ୍ପଷ୍ଟ କରି କହିପାରିବି ନାହିଁ ବୋଲି ପଞ୍ଜାବ ଫ୍ରାଞ୍ଚାଇଜର କ୍ରିକେଟ ଅପରେଶନର ଅନନ୍ତ ସରକାରିଆ କହିଛନ୍ତି। ଅଶ୍ୱିନଙ୍କ ସ୍ଥାନରେ ଓପନିଂ ବ୍ୟାଟ୍ସମ୍ୟାନ ଲୋକେଶ ରାହୁଲ ଦଳର ନେତୃତ୍ୱ ନେବେ। ରାହୁଲ ପଞ୍ଜାବ ଦଳର ନେତୃତ୍ୱ ନେଇପାରନ୍ତି। ଦଳୀୟ ମ୍ୟାନେଜମେଣ୍ଟ ନୂଆ ଅଧିନାୟକ ଖୋଜୁଛି। ଚଳିତ ସପ୍ତାହ ଶେଷ ସୁଦ୍ଧା ସେମାନେ ଅନ୍ତିମ ନିଷ୍ପତ୍ତି ନେବେ। ତେବେ ଅଫ୍‌ ସ୍ପିନର ଅଶ୍ୱିନ ଆଗାମୀ ସଂସ୍କରଣରେ ଦିଲ୍ଲୀ କ୍ୟାପିଟାଲ୍ସ କିମ୍ବା ରାଜସ୍ତାନ ରୟାଲ୍ସ ପାଇଁ ଖେଳିପାରନ୍ତି। ଦିଲ୍ଲୀ ଫ୍ରାଞ୍ଚାଇଜ ଅଶ୍ୱିନଙ୍କୁ ଦଳରେ ସାମିଲ କରିବାକୁ ଇଚ୍ଛା ପ୍ରକଟ କରିଥିବାବେଳେ ରୟାଲ୍ସ ଅଲରାଉଣ୍ଡର କ୍ରିଷ୍ଣପା ଗୋଥାମଙ୍କ ବଦଳରେ ଦେବାକୁ ପ୍ରସ୍ତାବ ଦେଇଛି।

Share