Categories: ଖେଳ

ଦେଶ ପାଇଁ ସର୍ବାଧିକ ଉଇକେଟ ନେବାରେ ଚହଲ ଯୁଗ୍ମ ଶୀର୍ଷରେ

ହାଇଦ୍ରାବାଦ,୬ା୧୨- ଏଠାରେ ଓ୍ବେଷ୍ଟଇଣ୍ଡିଜ ଓ ଭାରତ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟି୨୦ ମ୍ୟାଚ୍‌ର ୧୮ତମ ଓଭରରେ ଚହଲ ପ୍ରତିପକ୍ଷ ଦଳର ବ୍ୟାଟ୍ସମ୍ୟାନ ଶିମରନ ହେଟମାୟର ଓ ଅଧିନାୟକ କିରନ ପୋଲାର୍ଡଙ୍କ ଉଇକେଟ ନେଇଥିଲେ। ଏଥିସହ ଲେଗ୍‌ ସ୍ପିନର ୟୁଜବେନ୍ଦ୍ର ଚହଲ ପେସର ଯଶପ୍ରୀତ ବୁମରାଙ୍କୁ ପଛରେ ପକାଇ ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କ ସମକକ୍ଷ ହୋଇଛନ୍ତି। ଉଭୟ ସ୍ପିନର ଏପର୍ଯ୍ୟନ୍ତ ଟି୨୦ ଫର୍ମାଟରେ ୫୨ ଉଇକେଟ ନେଇସାରିଛନ୍ତି, ଯାହାକି ଭାରତୀୟ ବୋଲରଙ୍କ ମଧ୍ୟରେ ସର୍ବାଧିକ। ୪୬ ମ୍ୟାଚ୍‌ ଖେଳିଥିବା ଅଶ୍ୱିନଙ୍କ ନାମରେ ୫୨ ଉଇକେଟ ରହିଛି। ସମାନ ସଂଖ୍ୟକ ଉଇକେଟ ଚହଲ ମାତ୍ର ୩୫ମ୍ୟାଚ୍‌ରେ ହାସଲ କରିଛନ୍ତି। ଟି୨୦ ଫର୍ମାଟରେ ୫୦ ଉଇକେଟ ନେବାରେ ସେ ଦେଶର ଦ୍ରୁତତମ ବୋଲର। ଦେଶର ୩ୟ ବୋଲର ଭାବେ ଏହି ମାଇଲଷ୍ଟୋନ ସ୍ପର୍ଶ କରିଥିଲେ। ଅଶ୍ୱିନଙ୍କ ବ୍ୟତୀତ ବୁମରା (୫୧) ଏହି ତାଲିକାରେ ରହିଛନ୍ତି।

Share