Categories: ଖେଳ

ଅଶ୍ୱିନ, ବୋଥାମଙ୍କୁ ଟପିଲେ ଆଣ୍ଡରସନ

କେପ୍‌ ଟାଉନ, ୬।୧- ଅଭିଜ୍ଞ ଇଂଲଣ୍ଡ ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ ଟେଷ୍ଟରେ ସର୍ବାଧିକ ୫ ଉଇକେଟ୍‌ ସଫଳତା ପାଇବାରେ ସାର୍‌ ଇଆନ ବୋଥାମ ଓ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ପଛରେ ପକାଇ ଦେଇଛନ୍ତି। ଘରୋଇ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟରେ ରବିବାର ୪୦ ରନରେ ୫ ଉଇକେଟ୍‌ ହାସଲ କରି ସେ ଏହି ସଫଳତା ପାଇଛନ୍ତି। ଦକ୍ଷିଣ ଆଫ୍ରିକାର ପ୍ରଥମ ଇନିଂସରେ ଏନ୍‌ରିକ ନୋର୍ଟେଜଙ୍କୁ ସ୍ଲିପ୍‌ରେ ବେନ୍‌ ଷ୍ଟୋକ୍ସଙ୍କ ହାତରେ କ୍ୟାଚ୍‌ କରାଇ ଆଣ୍ଡରସନ ଇନିଂସରେ ୫ମ ଉଇକେଟ୍‌ ହାସଲ କରିଥିଲେ। ଟେଷ୍ଟ କ୍ୟାରିୟରରେ ଏହା ତାଙ୍କର ୨୮ତମ ୫ ଉଇକେଟ୍‌ ସଫଳତା ଥିଲା। ପୂର୍ବରୁ କ୍ରିକେଟ୍‌ର ଏହି ଲମ୍ବା ଫର୍ମାଟ୍‌ରେ ବୋଥାମ ଓ ଅଶ୍ୱିନ ୨୭ଥର ୫ ଉଇକେଟ୍‌ ଅକ୍ତିଆର କରିଥିଲେ। ଏହି ତାଲିକାରେ ଶ୍ରୀଲଙ୍କାର କିମ୍ବଦନ୍ତୀ ସ୍ପିନର ମୁଥୟା ମୂରଲୀଧରନ ଶୀର୍ଷରେ ରହିଛନ୍ତି। ସେ ୧୩୩ ମ୍ୟାଚ୍‌ରୁ ସର୍ବାଧିକ ୬ଥର ୫ ଉଇକେଟ୍‌ ନେଇଛନ୍ତି। ଭାରତର ଅନିଲ କୁମ୍ବଲେ (୩୫ ଥର) ଏହି ତାଲିକାର ୪ର୍ଥ ସ୍ଥାନରେ ରହିଛନ୍ତି।

Share