Categories: ଖେଳ

ଅଶ୍ୱିନ ଯୁଗ୍ମ ଦ୍ରୁତତମ

ବିଶାଖାପାଟଣା,୬।୧୦- ଭାରତୀୟ ଦଳର ଆଗଧାଡ଼ିର ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ରବିବାର ଥେଉନିସ ଡି ବ୍ରୁଇନଙ୍କୁ ଆଉଟ୍‌ କରି ଟେଷ୍ଟ କ୍ରିକେଟରେ ୩୫୦ ଉଇକେଟ ପୂରଣ କରିଛନ୍ତି। ଏହି ମାଇଲଷ୍ଟୋନ ଛୁଇଁବାରେ ଅଶ୍ୱିନ ଶ୍ରୀଲଙ୍କାର କିମ୍ବଦନ୍ତୀ ମୁଥିଆ ମୁରଲୀଧରନଙ୍କ ସହ ଯୁଗ୍ମ ଦ୍ରୁତତମ ବୋଲର ହୋଇପାରିଛନ୍ତି। ଦୁହେଁ କ୍ୟାରିୟରର ୬୬ତମ ମ୍ୟାଚ୍‌ରେ ଏହି ସଫଳତା ପାଇଛନ୍ତି। ଟେଷ୍ଟ କ୍ରିକେଟର ସର୍ବାଧିକ ୮୦୦ ଉଇକେଟ ନେଇଥିବା କିମ୍ବଦନ୍ତୀ ମୁରଲୀଧରନ ୨୦୧୦ରେ ଟେଷ୍ଟ କ୍ରିକେଟରୁ ଅବସର ନେଇଥିଲେ। ୩୩ ବର୍ଷୀୟ ଅଶ୍ୱିନ ପ୍ରଥମ ଇନିଂସରେ ୧୪୫ ରନ୍‌ ବ୍ୟୟ କରି ୭ ଉଇକେଟ ହାତେଇଥିଲେ। ଏହା ଥିଲା ତାଙ୍କ କ୍ୟାରିୟରର ୨୭ତମ ୫ ଉଇକେଟ। ଉଲ୍ଲେଖଥାଉ କି, ୨୦୧୭ ନଭେମ୍ବର ଦ୍ରୁତତମ ବୋଲର ଭାବେ ଅଶ୍ୱିନ ୩୦୦ ଉଇକେଟ ନେବାର ରେକର୍ଡ ଅଧିକାରୀ ହୋଇଥିଲେ।

Share