ଅଷ୍ଟ୍ରେଲିଆକୁ ପ୍ରାରମ୍ଭିକ ଝଟ୍‌କା

ବର୍ମିଂହାମ,୧୧ା୭- ସ୍ଥାନୀୟ ଏଜବାଷ୍ଟନଠାରେ ଚଳିତ ବିଶ୍ୱକପ୍‌ର ଦ୍ୱିତୀୟ ସେମିଫାଇନାଲରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦଳ ୧୦ ରନ୍‌ରେ ଦୁଇ ଇନ୍‌ଫର୍ମ ଓପନରଙ୍କ ଉଇକେଟ ହରାଇ ଦେଇଛି। ଅଧିନାୟକ ଆରୋନ ଫିଞ୍ଚଙ୍କୁ ମ୍ୟାଚ୍‌ର ଦ୍ୱିତୀୟ ଓଭରର ପ୍ରଥମ ବଲରେ ଜୋଫ୍ରା ଆର୍ଚର ଏଲ୍‌ବିଡବ୍ଲ୍ୟୁ ଆଉଟ୍‌ କରିଥିଲେ। ଏହାପରେ ଡେଭିଡ ଓ୍ବାର୍ନର ୯ ରନ୍‌ କରି କ୍ରିସ ଓ୍ବକ୍ସଙ୍କ ବଲରେ ଜନ୍ନି େଆରଷ୍ଟୋଙ୍କୁ କ୍ୟାଚ୍‌ ଦେଇଛନ୍ତି। ଫଳରେ ଦଳ ୩ ଓଭର ସୁଦ୍ଧା ୨ ଉଇକେଟ ହରାଇ ୧୦ ରନ୍‌ କରିଛି।

Share