Categories: ଖେଳ

ଅଷ୍ଟ୍ରେଲିଆନ୍‌ ଓପନ୍‌ରେ ଭାରତୀୟ ଅଭିଯାନ ଶେଷ

ମେଲବୋର୍ନ, ୩୦।୧ (ପି.ଟି.)- ଚଳିତ ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟେନିସ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ୍‌ ଓପନ୍‌ରୁ ଭାରତର ରୋହନ ବୋପାନ୍ନା ବିଦାୟ ନେଇଛନ୍ତି। ଗୁରୁବାର ଖେଳାଯାଇଥିବା ମିକ୍ସଡ ଡବଲ୍ସ କ୍ୱାର୍ଟର ଫାଇନାଲ ମୁକାବିଲାରେ ବୋପାନ୍ନାଙ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିଛି। ୟୁକ୍ରେନର ନାଡିଆ କିଚେନୋକଙ୍କୁ ସାଥୀ କରି ଖେଳୁଥିବା ବୋପାନ୍ନା ଅନ୍ତିମ-୮ ରାଉଣ୍ଡରେ ୦-୬, ୨-୬ ସିଧାସଳଖ ସେଟ୍‌ରେ ନିକୋଲା ମେକ୍‌ଟିକ ଓ ବାର୍ବୋରା କ୍ରେଜକିଭୋ ଯୋଡ଼ି ନିକଟରୁ ହାରିଯାଇଛନ୍ତି। ମାତ୍ର ୪୭ ମିନିଟ୍‌ରେ ଏହି ମ୍ୟାଚ୍‌ର ଫଳାଫଳ ବାହାରି ଯାଇଥିଲା। ଏଥିପୂର୍ବରୁ ମଙ୍ଗଳବାର ଅନ୍ୟତମ ଭାରତୀୟ ଖେଳାଳି ଭେଟେରାନ ଲିଆଣ୍ଡର ପେସ୍‌ ଓ ତାଙ୍କ ପାର୍ଟନର ଜେଲେନା ଓଷ୍ଟାପେଙ୍କୋ ମିକ୍ସ ଡବଲ୍ସର ୨ୟ ରାଉଣ୍ଡରୁ ହାରି ବିଦାୟ ନେଇଥିଲେ।

Share