Categories: ଖେଳ

ଅଷ୍ଟ୍ରେଲିଆନ୍‌ ଓପନ୍‌: ଯୋଗ୍ୟତା ପର୍ଯ୍ୟାୟରୁ ନାଗଲଙ୍କ ବିଦାୟ

ମେଲବୋର୍ନ, ୧୬।୧ (ପି.ଟି.)- ଭାରତୀୟ ପୁରୁଷ ଟେନିସ ଖେଳାଳି ସୁମିତ୍‌ ନାଗଲ ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଅଷ୍ଟ୍ରେଲିଆନ ଓପନ୍‌ ଯୋଗ୍ୟତା ପର୍ଯ୍ୟାୟର ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି। ଗୁରୁବାର ଖେଳାଯାଇଥିବା ପୁରୁଷ ସିଙ୍ଗଲ୍ସ ଯୋଗ୍ୟତା ପର୍ଯ୍ୟାୟ ପ୍ରଥମ ରାଉଣ୍ଡ ମୁକାବିଲାରେ ନାଗଲ ୬-୭ (୨), ୨-୬ ସିଧାସଳଖ ସେଟ୍‌ରେ ଇଜିପ୍ଟର ମହମ୍ମଦ ସାଫଓ୍ବତ୍‌ଙ୍କ ନିକଟରୁ ହାରି ଯାଇଛନ୍ତି। ଏହି ମ୍ୟାଚ୍‌ ଏକ ଘଣ୍ଟା ୨୮ ମିନିଟ୍‌ ଧରି ଅନୁଷ୍ଠିତ ହୋଇଥିଲା। ଫଳରେ ଏକମାତ୍ର ଭାରତୀୟ ଭାବେ ଏବେ ପ୍ରଜନେଶ ଗୁଣେଶ୍ୱରନ ଏହି ସମ୍ମାନଜନକ ପ୍ରତିଯୋଗିତାରେ ତିଷ୍ଠି ରହିଛନ୍ତି। ପୂର୍ବରୁ ଗୁଣେଶ୍ୱରନ ଯୋଗ୍ୟତା ପର୍ଯ୍ୟାୟ ପ୍ରଥମ ରାଉଣ୍ଡ ମୁକାବିଲାରେ ୬-୨, ୬-୪ ସେଟ୍‌ରେ ହ୍ୟାରୀ ବୌଚର୍‌ଙ୍କୁ ହରାଇ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ସେହିଭଳି ରାମକୁମାର ରମାନାଥନ ମଧ୍ୟ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଥିଲେ।

Share