Categories: ଖେଳ

ଅଷ୍ଟ୍ରେଲିଆନ୍‌ ଓପନ ବ୍ୟାଡ୍‌ମିଣ୍ଟନ:ଭାରତର ଅଭିଯାନ ଶେଷ

ସିଡ୍‌ନୀ, ୬।୬(ପିଟି)- ଏଠାରେ ଚାଲିଥିବା ଅଷ୍ଟ୍ରେଲିଆନ୍‌ ଓପନ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ଦ୍ୱିତୀୟ ରାଉଣ୍ଡରେ ଭାରତୀୟ ପ୍ରତିଦ୍ୱନ୍ଦ୍ୱିତାର ଶେଷ ହୋଇଛି। ଅଲିମ୍ପିକ୍‌ ଓ ବିଶ୍ୱ ଚାମ୍ପିୟନଶିପ୍‌ ରୌପ୍ୟ ପଦକଧାରୀ ପି.ଭି. ସିନ୍ଧୁ ସିଧାସଳଖ ସେଟ୍‌ରେ ପରାସ୍ତ ହୋଇଛନ୍ତି। ତାଙ୍କ ପୂର୍ବରୁ ପୁରୁଷ ସିଙ୍ଗଲ୍ସ ବର୍ଗର ୬ଷ୍ଠ ସିଡ୍‌ ସମୀର ବର୍ମା ଓ ବି. ସାଇ ପ୍ରଣୀଥ ଓ ପୁରୁଷ ଡବଲ୍ସ ସାତ୍ୱିକସାଇରାଜ ରାନ୍‌କିରେଡ୍ଡୀ ଓ ଚିରାଗ ଶେଟ୍ଟିଙ୍କ ଯୋଡ଼ି ପରାଜୟ ସହ ଟୁର୍ନାମେଣ୍ଟରୁ ବିଦାୟ ନେଇଛନ୍ତି। ଚଳିତ ସିଜନରେ ପ୍ରଥମ ଟାଇଟଲ ଜିତିବାକୁ ଲକ୍ଷ୍ୟ ରଖିଥିବା ୫ମ ର଼୍ୟାଙ୍କ ସିନ୍ଧୁ ୧୯-୨୧, ୧୮-୨୧ ଗେମ୍‌ରେ ନିତଚାଓନ ଜିନ୍ଦପଲଙ୍କଠାରୁ ହାରି ଯାଇଛନ୍ତି। ଉଭୟ ପରସ୍ପରକୁ ୭ ଥର ଭେଟିଥିଲେ ମଧ୍ୟ ଥାଇଲାଣ୍ଡ ଖେଳାଳିଙ୍କ ଦ୍ୱିତୀୟ ବିଜୟ। ପୁରୁଷ ସିଙ୍ଗଲ୍ସ ବର୍ଗର ସମୀରଙ୍କୁ ୧୬-୨୧, ୨୧-୭, ୧୩-୨୧ ଗେମ୍‌ରେ ଓ୍ବାଙ୍ଗ ଜଚ ଓ୍ବେଇ ହରାଇଥିବାବେଳେ ପ୍ରଣୀଥ ୨୩-୨୫, ୯-୨୧ ବ୍ୟବଧାନରେ ଆନ୍ଥୋନୀ ସିନିସକା ଗିଟିଂଙ୍କଠାରୁ ପରାସ୍ତ ହୋଇଛନ୍ତି।

Share