Categories: ଖେଳ

ଅଷ୍ଟ୍ରେଲିଆରେ ଟେଷ୍ଟ ପଦାର୍ପଣ କରିବାରେ ନସୀମ ଶାହ ସର୍ବକନିଷ୍ଠ କ୍ରିକେଟର

ବ୍ରିସ୍‌ବେନ,୨୧।୧୧- ୧୬ ବର୍ଷୀୟ ପାକିସ୍ତାନୀ ପେସର ନସୀମ ଶାହ ଗୁରୁବାର ସର୍ବକନିଷ୍ଠ କ୍ରିକେଟର ଭାବେ ଅଷ୍ଟ୍ରେଲିଆରେ ଟେଷ୍ଟ ପଦାର୍ପଣ କରିଛନ୍ତି। ଅଷ୍ଟ୍ରେଲିଆ ଓ ପାକିସ୍ତାନ ମଧ୍ୟରେ ଏଠାରେ ଖେଳାଯାଉଥିବା ପ୍ରଥମ ଟେଷ୍ଟରେ ଫିଲ୍ଡକୁ ଓହ୍ଲାଇ ସେ ଏହି କୀର୍ତ୍ତିମାନର ଅଧିକାରୀ ହୋଇଛନ୍ତି। ୧୬ ବର୍ଷ ୨୭୯ ଦିନ ବୟସରେ ଅଷ୍ଟ୍ରେଲିଆରେ ଟେଷ୍ଟ ପଦାର୍ପଣ କରି ନସୀମ ପୂର୍ବତନ ଅଷ୍ଟ୍ରେଲିଆନ ଅଧିନାୟକ ଇଆନ କ୍ରେଗଙ୍କୁ ପଛରେ ପକାଇଛନ୍ତି। କ୍ରେଗ ୧୯୫୩ରେ ୧୭ ବୟସରେ ଜାତୀୟ ଦଳ ପାଇଁ ଖେଳିଥିଲେ। ତେବେ ଟେଷ୍ଟ କ୍ରିକେଟ ଇତିହାସରେ ଖୁବ କମ୍‌ ବୟସରେ ପଦାର୍ପଣ କରିବାରେ ସେ ୩ୟ ସ୍ଥାନରେ ରହିଛନ୍ତି। ସେ ପ୍ରଥମ ଟେଷ୍ଟ କ୍ୟାପ ବୋଲିଂ କୋଚ୍‌ ଓ୍ବାକର ୟୁନିସଙ୍କଠାରୁ ପାଇବା ପରେ ଭାବବିହୂଳ ହୋଇପଡ଼ିଥିଲେ। ପରେ ସେ କ୍ୟାପକୁ କିସ କରିଥିଲେ।

Share