Categories: ଖେଳ

ଅଷ୍ଟ୍ରେଲିଆରେ ଦିବାରାତ୍ର ଟେଷ୍ଟ ଖେଳିବ ଭାରତ

ନୂଆଦିଲ୍ଲୀ,୧୬।୨(ପି.ଟି.)- ଚଳିତବର୍ଷ ଭାରତ ତା’ର ବହୁ ପ୍ରତିକ୍ଷୀତ ଅଷ୍ଟ୍ରେଲିଆ ଗସ୍ତରେ ଏକ ଦିବାରାତ୍ର ଟେଷ୍ଟ ଖେଳିବ ବୋଲି ବିସିସିଆଇ ସୂତ୍ରରୁ ଜଣାପଡ଼ିଛି। ଅଷ୍ଟ୍ରେଲିଆରେ ଯେକୌଣସି ଭେନ୍ୟୁରେ ଦିବାରାତ୍ର ଟେଷ୍ଟ ଖେଳିବାକୁ ରାଜି ବୋଲି ଗତ ମାସରେ ଭାରତୀୟ ଅଧିନାୟକ ବିରାଟ କୋହଲି କହିଥିଲେ। ଅଷ୍ଟ୍ରେଲିଆ ଗସ୍ତରେ ଭାରତ ଦିବାରାତ୍ର ଟେଷ୍ଟ ଖେଳିବ। ଏହାର ବିଶେଷ ସମ୍ଭାବନା ରହିଛି ବୋଲି ଜଣେ ବିସିସିଆଇ କର୍ମକର୍ତ୍ତା ନାମ ନ କହିବା ସର୍ତ୍ତରେ କହିଛନ୍ତି। ଭାରତ ତା’ର ପ୍ରଥମ ଦିବାରାତ୍ର ଟେଷ୍ଟ ବାଂଲାଦେଶ ସହ ଗତ ନଭେମ୍ବରରେ ଇଡେନ ଗାର୍ଡେନଠାରେ ଖେଳିଥିଲା। ଗତ ଥର ୨୦୧୮-୧୯ ସିଜନରେ ଅଷ୍ଟ୍ରେଲିଆ ପକ୍ଷରୁ ଆଡିଲେଡ୍‌ଠାରେ ଦିବାରାତ୍ର ଟେଷ୍ଟ ଖେଳିବା ପାଇଁ ଭାରତକୁ ପ୍ରସ୍ତାବ ଦିଆଯାଇଥିଲା। କିନ୍ତୁ ବିସିସିଆଇ ଏହାକୁ ଅସ୍ବୀକାର କରିନେଇଥିଲା।

Share