ଅଷ୍ଟ୍ରେଲିଆରେ ଧୁମ୍‌ ମଚାଇଲା ‘କବିର ସିଂ’

ମୁମ୍ବାଇ: ସାହିଦ କପୁରଙ୍କ ଅଭିନୀତ ଫିଲ୍ମ ‘କବିର ସିଂ’ କେବଳ ଭାରତ ନୁହେଁ ବିଦେଶରେ ମଧ୍ୟ ଏହାର ଜଲଓ୍ବା ଦେଖାଇଛି। ଅଷ୍ଟ୍ରେଲିଆରେ ଭାରତୀୟ ଫିଲ୍ମ ଭାବେ ସବୁଠାରୁ ଅଧିକ ଆୟ କରିଥିବା ଫିଲ୍ମ ତାଲିକାର ଶୀର୍ଷରେ ପହଞ୍ଚିଛି ‘କବିର ସିଂ’। ଫିଲ୍ମ କ୍ରିଟିକ୍‌ ତରଣ ଆଦର୍ଶ ଟୁଇଟ୍‌ କରି କହିଛନ୍ତି ‘କବିର ସିଂ’ ଅଷ୍ଟ୍ରେଲିଆରେ ଯେମିତି ବିଜନେସ୍‌ କରିଛି ତାହା ‘ଉରି’, ‘ଗଲି ବୟ’, ‘ଭାରତ’ ସହ ଦକ୍ଷିଣ ଭାରତୀୟ ମୁଭି ‘ପେଟା’ ଓ ‘ମହର୍ଷି’କୁ ମଧ୍ୟ ପଛରେ ପକାଇ ଦେଇଛି। ଏହା ଆୟୁଷ୍ମାନ ଖୁରାନାଙ୍କ ଅଭିନୀତ ଫିଲ୍ମ ‘ଆର୍ଟିକଲ ୧୫’ ସହ କମ୍ପିଟ କରୁଥିଲେ ମଧ୍ୟ ଖୁବ୍‌ ଆଗକୁ ଚାଲି ଯାଇଛି। ମାତ୍ର ୧୩ ଦିନରେ ଏହା ୨ଶହ କୋଟି କ୍ଲବରେ ସାମିଲ ହୋଇଥିବା ବେଳେ ସଲମାନଙ୍କ ଖାଁଙ୍କ ଅଭିନୀତ ଫିଲ୍ମ ‘ଭାରତ’କୁ ମଧ୍ୟ ପଛରେ ପକାଇ ଦେଇଛି।

Share