Categories: ଖେଳ

ଅଷ୍ଟ୍ରେଲିଆର ଓପନ ଫାଇନାଲ୍‌ରେ ସାନିଆ-ବୋପାନ୍ନା

ସିଡନୀ,୨୫।୧: ଅଷ୍ଟ୍ରେଲିଆର ଓପନର ମିକ୍ସ ଡବଲ୍ସ ଫାଇନାଲରେ ପହଞ୍ଚିଛନ୍ତି ଭାରତର ସାନିଆ ମିର୍ଜା ଏବଂ ରୋହନ ବୋପାନ୍ନା। ସେମିଫାଇନାଲରେ ଭାରତୀୟ ଯୋଡି ଗ୍ରେଟ ବ୍ରିଟେନର ନିଲ ସ୍କୁପ୍ସ୍କି ଏବଂ ଆମେରିକାର ଡେସେରିଆ କ୍ରାଉଜିକ ଯୋଡିଙ୍କୁ ୭-୬ (୫) ୬-୭ (୫) ୧୦-୬ ରେ ପରାସ୍ତ କରିଥିଲେ। ଏହାପୂର୍ବରୁ ଭାରତୀୟ ଯୋଡି ଲାଟେଭିଆନ ଏବଂ ସ୍ପେନୀୟ ଯୋଡି ଜେଲେନା ଓସ୍ତାପେଙ୍କୋ ଏବଂ ଡେଭିଡ ଭେଗା ଫର୍ଣ୍ଣାଡିଜଙ୍କ କ୍ୱାର୍ଟର ଫାଇନାଲ ମ୍ୟାଚରେ ଏକ ୱାକଓଭର ପାଇଥିଲେ।
ଏହା ତାଙ୍କର ଶେଷ ଗ୍ରାଣ୍ଡସ୍ଲାମ ହେବ ବୋଲି ସାନିଆ ଘୋଷଣା କରିସାରିଛନ୍ତି। ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିବା ପରେ ସାପିଆ ଆଉ ଏକ ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିବା ନିକଟତର ହୋଇଛନ୍ତି।

Share