ଅଷ୍ଟ୍ରେଲିଆର ପରିବେଶ ସ୍ବାଭାବିକ ହେବାକୁ ଲାଗିବ ୧୦୦ ବର୍ଷରୁ ଅଧିକ ସମୟ

ସିଡ୍‌ନୀ,୨୦।୧: ଅଷ୍ଟ୍ରେଲିଆ ଜଙ୍ଗଲରେ ଲାଗିଥିବା ନିଆଁ ଯୋଗୁ ପରିବେଶ ନଷ୍ଟ ହୋଇଯାଇଛି। ପୁଣିଥିରେ ନୂଆ ଜଙ୍ଗଲ ସୃଷ୍ଟି ହୋଇ ସ୍ଥିତି ସ୍ବାଭାବିକ ହେବାକୁ ୧୦୦ ବର୍ଷରୁ ଅଧିକ ସମୟ ଲାଗିବ ବୋଲି ପରିବେଶବିତ୍‌ମାନେ ମତାମତ ଦେଇଛନ୍ତି। ଏବେ ଜଳାପୋଡ଼ା ଗଛ ପୁଣି କଅଁଳିବା ଆରମ୍ଭ କରିଛି। ହଜାର ହଜାର ବନ୍ୟପ୍ରାଣୀଙ୍କ ମୃତ୍ୟୁ ଜଙ୍ଗଲ ନିଆଁରେ ହୋଇଛି। ଶହେ ବର୍ଷରୁ ଅଧିକ ବୟସ୍କ ବହୁ ଗଛ ଏହି ଜଙ୍ଗଲ ନିଆଁରେ ଜଳିପୋଡ଼ି ପାଉଁଶ ହୋଇଯାଇଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ସରକାର ଜଙ୍ଗଲ ନିଆଁରେ କ୍ଷତିଗ୍ରସ୍ତ ହୋଇଥିବା ଲୋକଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦେବା ସହିତ ପରିବେଶ ସୁରକ୍ଷା କାର୍ଯ୍ୟ ଆରମ୍ଭ କରିଛନ୍ତି।

Share